www.samajalive.in
Sunday, December 7, 2025
16.1 C
Bhubaneswar

ସମୁଦ୍ରରେ ଲୀନ ହୋଇଯିବ କି ଚୀନ୍ !

ବେଜିଂ : ଚୀନର ଏକାଧିକ ସହର ୨୧୨୦ ମସିହା ସୁଦ୍ଧା ସମୁଦ୍ରରେ ଲୀନ ହେବା ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ଏହି ଅଞ୍ଚଳରେ ରହୁଥିବା ଚୀନ ଜନସଂଖ୍ୟାର ଏକ ତୃତୀୟାଂଶଙ୍କ ପ୍ରତି ବିପଦ ସୃଷ୍ଟି ହେବାକୁ ଯାଉଛି। ଉପଗ୍ରହ ମାଧ୍ୟମରେ ବିଭିନ୍ନ ସହର ସମ୍ପର୍କରେ ସେଠାକାର ସରକାରଙ୍କ ତରଫରୁ ଅନୁଧ୍ୟାନ କରାଯାଇଥିଲା। ଚୀନ୍‌ର ୮୨ଟି ସହରକୁ ନେଇ ଏହି ଅନୁଧ୍ୟାନ କରାଯାଇଥିଲା। ଏଥିରେ ସାଂଘାଇ ଓ ବେଜିଂ ଭଳି ସହର ରହିଥିଲା। ଅନୁଧ୍ୟାନରୁ ମିଳିଥିବା ତଥ୍ୟ ଅନୁଯାୟୀ ବିଭିନ୍ନ ସହରର ୪୫% ଭୂମି ତଳକୁ ଦବୁଛି। ସେଥିମଧ୍ୟରୁ ୧୬% ବର୍ଷକୁ ୧୦ ମିଲିମିଟର ପର୍ଯ୍ୟନ୍ତ ତଳକୁ ଦବୁଛି। ଫଳରେ ୨୧୨୦ ବେଳକୁ ଏକାଧିକ ସହର ସମୁଦ୍ରରେ ଲୀନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବେଜିଂ ଓ ଟିଆନଜିନ୍‌ ସହର ମଧ୍ୟ ବିପଦ ରହିଥିବା ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି। ଏକାଧିକ ସହର ସମୁଦ୍ରରେ ଲୀନ ହେବାର ଆଶଙ୍କା ରହିଥିବାରୁ ଏଠାରେ ବାସ କରୁଥିବା ୨୭୦ ନିୟୁତ ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି। ଜଳବାୟୁ ପରିବର୍ତ୍ତନ ସହ ସମୁଦ୍ର ଜଳସ୍ତର ବୃଦ୍ଧି ପାଉଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଥିବା ଅନୁଧ୍ୟାନ ରିପୋର୍ଟରେ ଦର୍ଶାଯାଇଛି। ଗତ ଶତାବ୍ଦୀରେ ସାଂଘାଇ ସହର ୩ ମିଟର ପର୍ଯ୍ୟନ୍ତ ତଳକୁ ଦବିଥିବା ଅନୁଧ୍ୟାନରୁ ଜଣାପଡ଼ିଛି। ଭିତ୍ତିଭୂମି ବିକାଶ ପାଇଁ ମାତ୍ରାଧିକ ନିର୍ମାଣ କାର୍ଯ୍ୟ, କଳକାରଖାନାର ସଂଖ୍ୟା ବୃଦ୍ଧି ଯୋଗୁଁ ଭୂପୃଷ୍ଠ ତଳକୁ ଦବୁଥିବା ବେଳେ ଏହାର ମୁକାବିଲା ପାଇଁ ବର୍ତ୍ତମାନ ଠାରୁ ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ଆବଶ୍ୟକ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories