www.samajalive.in
Wednesday, December 10, 2025
14.1 C
Bhubaneswar

ଇପିଏଫଓରେ ବଦଳିଲା ନିୟମ: ଏକା ଥରକେ ଉଠାଇ ପାରିବେ…

ସମାଜ ଡିଜିଟାଲ ଡେସ୍କ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(EPFO) ଆଂଶିକ ପିଏଫ୍‍ ଉଠାଣ ପାଇଁ ନିୟମକୁ ସରଳ କରିବା ପାଇଁ ପଦକ୍ଷେପ ନେଇଛି । ଏବେ ଗ୍ରାହକମାନେ ପିଏଫ୍‍ ପାଣ୍ଠିରେ ଥିବା ବାଲାନ୍ସର ୧୦୦ପ୍ରତିଶତ ପର୍ଯ୍ୟନ୍ତ ଉଠାଇପାରିବେ, ଯେଉଁଥିରେ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ଅଂଶ ଅନ୍ତର୍ଭୁକ୍ତ । କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ବସିଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍‍ ଟ୍ରଷ୍ଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ନୂତନ ଇପିଏଫଓ ନିୟମ ଅନୁଯାୟୀ ପିଏଫ୍‍ ଆକାଉଣ୍ଟରେ ୨୫ପ୍ରତିଶତ ବାଲାନ୍ସ ବଜାୟ ରଖିବାକୁ ପଡିବ । ଏହାର ଅର୍ଥ ହେଉଛି କର୍ମଚାରୀମାନେ ବାକି ୭୫ପ୍ରତିଶତ ସମ୍ପୂର୍ଣ୍ଣ ଭାବରେ ଉଠାଇ ପାରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିପାଇଁ ଆପଣଙ୍କୁ କୌଣସି କାରଣ ଦେବାକୁ ପଡିବ ନାହିଁ ।

- Advertisement -

ସିବିଟି ଆଂଶିକ ପିଏଫ୍‍ ଉଠାଣ ସହିତ ଜଡିତ ୧୩ଟି ଜଟିଳ ନିୟମକୁ ଗୋଟିଏ ନିୟମରେ ଏକୀକୃତ କରିଛି । ଏହି ନିୟମଗୁଡିକୁ ତିନୋଟି ବର୍ଗରେ ବର୍ଗୀକୃତ କରାଯାଇଛି । ଅତ୍ୟାବଶ୍ୟକ ଜରୁରୀ (ରୋଗ, ଶିକ୍ଷା, ବିବାହ) ଘରୋଇ ଆବଶ୍ୟକତା ଏବଂ ବିଶେଷ ପରିସ୍ଥିତି । ଉଠାଣ ସୀମା ମଧ୍ୟ ବୃଦ୍ଧି କରାଯାଇଛି । ଶିକ୍ଷା ପାଇଁ ୧୦ଥର ଏବଂ ବିବାହ ପାଇଁ ୫ଥର ପର୍ଯ୍ୟନ୍ତ ଆଂଶିକ ଉଠାଣ କରାଯାଇପାରିବ । ବର୍ତ୍ତମାନ ଉଭୟ ପାଇଁ କେବଳ ତିନି ଥର ଉଠାଣ ଅନୁମତି ରହିଥିଲା ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories