ପାଟଣା : ପାଟଣା ବନାଞ୍ଚଳରେ ଉପଦ୍ରବ ଜାରି ରଖିଥିବା ୩୦ ଟିକିଆ ହାତୀପଲ ଙ୍କ ସହ ଏହି ଦଳରୁ ପୃଥକ ବୁଲୁଥିବା ୪ ଟିକିଆ ଦନ୍ତାହାତୀଙ୍କୁ ମିଶାଇ ୩୪ ଟି ହାତୀ ପାଟଣା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛନ୍ତି। ହାତୀପଲ ବ୍ୟାପକ ଧାନଫସଲ ଖାଇବା ସହ ନଷ୍ଟ କରିଥିବା ବେଳେ ଏହି ପଲରୁ ଏକ ଉନ୍ମତ ଦନ୍ତା ବୁଲି ବୁଲି ୪ଟି ଘର ଭାଙ୍ଗିଛି। ଏହି ଦନ୍ତାଟି କେନ୍ଦୁଆପଡାର କଅଁସ ନାଏକ,ବାଲିବନ୍ଧ ର ପ୍ରଭାକର ମହାନ୍ତ, ଝାଲିଆପଡ଼ାର କୁଳମଣି ନାଏକ ଓ ଟାଙ୍ଗରପଡାର ଦୁଃଶାସନ ମୁଣ୍ଡାଙ୍କର ଗୋଟିଏ ଲେଖାଏଁ ମୋଟ ୪ଟି ଘର ଭାଙ୍ଗିଥିବା ଜଣାପଡିଛି।
ଏହି ପଲଙ୍କୁ ଦିନବେଳା ଅମାନିଆ ଲୋକମାନେ ଚିଡାଇବା ସହ ଟେକା ପଥର ଫିଙ୍ଗୁଥିବାରୁ ହାତୀପଲ ମଧ୍ୟ ନିଜ ମନ ଇଚ୍ଛା ଯୁଆଡେ ହେଲା ସିଆଡେ ମୁହାଉଁ ଥିବାରୁ କେତେବେଳେ ହାତୀପଲ ଗାଁକୁ ପଶି କାହାଘର ଭାଙ୍ଗିବାରୁ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି। କ୍ଷତିଗ୍ରସ୍ତ ଘର ଗୁଡିକର କ୍ଷୟକ୍ଷତି ସମ୍ପର୍କରେ ପାଟଣା ବନପାଳ ନିରଞ୍ଜନ ସେଠୀ ଆକଳନ କରିଥିବା ଜଣାପଡିଛି। ଅପର ପକ୍ଷରେ ଗତକାଲି ଠାରୁ ଏହି ବନାଞ୍ଚଳ ଅନ୍ତର୍ଗତ ତଣ୍ଡୋ ବିଟ୍ ଅଞ୍ଚଳ ଘାଟବାଲିଯୋଡି ନିକଟରେ ୧୩ ଟିକିଆ ହାତୀ ପଲ ଡେରା ପକାଇଥିବା ଜଣାପଡିଛି।



