ଗୋପବନ୍ଧୁ ସ୍ନାତକ ମହିଳା କଲେଜରେ ଇଂରାଜୀ ପାଠଚକ୍ର
ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ସ୍ନାତକ ମହିଳା କଲେଜର ଇଂରାଜୀ ବିଭାଗ ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଷୟଭିତ୍ତିକ ବକ୍ତାଭାବେ ଟ୍ରାଇଡେଣ୍ଟ ଇଞ୍ଜିନିୟରିଂ କଲେଜର ଇଂରାଜୀ ବିଭାଗୀୟ ମୁଖ୍ୟ ଡଃ ସିଦ୍ଧାର୍ଥ ଶଙ୍କର ମହାପାତ୍ର ଯୋଗଦେଇ ‘ପ୍ରଭାବଶାଳୀ ଯୋଗାଯୋଗ ଦକ୍ଷତା’ ଶୀର୍ଷକ ବିଷୟବସ୍ତୁ ଉପରେ ଦୀକ୍ଷାନ୍ତ ବକ୍ତବ୍ୟ ରଖିଥିଲେ । ଇଂରାଜୀ ଭାଷାର ମହତ୍ୱ, ଉପଯୋଗିତା ତଥା କଥନ ଶୈଳୀ ମାଧ୍ୟମରେ କିପରି ଉତ୍ତମ ଯୋଗାଯୋଗ କରାଯାଇପାରିବ ଏବଂ ଏହାର ପ୍ରୟୋଗ ମାଧ୍ୟମରେ କିପରି ଜଣେ ବ୍ୟକ୍ତିର ବ୍ୟକ୍ତତ୍ୱର ପରିପ୍ରକାଶ ହୋଇଥାଏ ସେ ସଂପର୍କରେ ସୂଚନା ଦେଇଥିଲେ। ଉପସ୍ଥିତ ଛାତ୍ରୀମାନଙ୍କୁ କଥନ ଶୈଳୀ ଏକ କଳା ଏବଂ ଏହାର ବିକାଶ ପାଇଁ ବା ଦକ୍ଷତା ହାସଲ ଲାଗି କେଉଁ ସୂତ୍ର ଉପଯୋଗ କରିବେ ସେ ସଂପର୍କରେ ବୁଝାଇଥିଲେ । କଲେଜର ଇଂରାଜୀ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ବବିତା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ କଲେଜର ବହୁ ଛାତ୍ରୀ ଯୋଗଦାନ କରିଥିଲେ । ବିଷୟ ଭିତ୍ତିକ ବକ୍ତା ଡଃ ମହାପାତ୍ରଙ୍କୁ କଲେଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଅଧ୍ୟାପିକା ପ୍ରତିମା ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.