ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ବନାଞ୍ଚଳ ବନ୍ଧପାରି ପଞ୍ଚାୟତ କାଞ୍ଚନମୁଖୀ ଗାଁର ଜଣେ ବୃଦ୍ଧ ଶୋଇଥିବାବେଳେ ଜଙ୍ଗଲୀ ହାତୀପଲ ଘର ଭିତରକୁ ଧସେଇ ପଶିବା ସହିତ ତାଙ୍କୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇ ପଡିଛନ୍ତି। ତାଙ୍କୁ ବନ ବିଭାଗ ପକ୍ଷରୁ ମୁଷାନାଳ ବନପାଳ ଚିନ୍ତାମଣି ମାଝୀଙ୍କ ନେତୃତ୍ବରେ ବନ ବିଭାଗର କର୍ମଚାରୀମାନେ ଉଦ୍ଧାର କରି ପ୍ରଥମେ ବିଶ୍ବନାଥପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ସେଠାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଖବର ଅନୁଯାୟୀ, ଗାଁର ପୁଇରା ମାଝୀ ଘରେ ଶୋଇଥିବାବେଳେ ତାଙ୍କ ଘର ଭାଙ୍ଗିବା ସହିତ ହାତୀପଲ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ବୃଦ୍ଧ ଜଣକ ଗୁରୁତର ଆହତ ହୋଇପଡ଼ିଥିଲେ। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିବାବେଳେ ବନବିଭାଗ ପକ୍ଷରୁ ତୁରନ୍ତ ଚିକିତ୍ସା ସହାୟତା ଓ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହେଉଛି।



