www.samajalive.in
Sunday, December 7, 2025
23.1 C
Bhubaneswar

୧୫ ଲକ୍ଷ ଫେରାଇ ୩.୮ କୋଟି ନେଇଗଲେ ସାଇବର ଠକ

ସମାଜ ଡିଜିଟାଲ ଡେସ୍କ: ୧୫ ଲକ୍ଷ ଟଙ୍କା ଫେରାଇ ଜଣେ ବୃଦ୍ଧାଙ୍କଠାରୁ ୩ କୋଟି ୮୦ ଲକ୍ଷ ଟଙ୍କା ନେଇଗଲେ ସାଇବର ଠକ। ମୁମ୍ବଇରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଠକମାନେ ନିଜକୁ ଆଇନ ପ୍ରବର୍ତ୍ତନ ଅଧିକାରୀ ପରିଚୟ ଦେଇ ମହିଳାଙ୍କୁ ଡିଜିଟାଲ ଆରେଷ୍ଟରେ ଛନ୍ଦି ଏଭଳି ଠକେଇ କରିଛନ୍ତି। ମୁମ୍ବଇ ପୁଲିସ ଘଟଣାର ତଦନ୍ତ ଚଳାଇଛି।

ପୁଲିସ ସୂଚନା ଅନୁସାରେ, ମହିଳାଙ୍କୁ ଜଣେ ଅଜଣା ବ୍ୟକ୍ତି ହ୍ବାଟ୍ସଆପ ଜରିଆରେ ଫୋନ କରିଥିଲେ। ସେ କହିଥିଲେ ଯେ ଆପଣ ତାଇଓ୍ବାନ ପଠାଇଥିବା ଏକ ପାର୍ସଲରେ ଡ୍ରଗ୍ସ, ୫ଟି ପାସପୋର୍ଟ ଏବଂ ଏକ ବ୍ୟାଙ୍କ କାର୍ଡ ମିଳିଛି। ମହିଳା ଜଣକ କହିଲେ ସେ କୌଣସି ପାର୍ସଲ ପଠାଇ ନାହାନ୍ତି। ଫୋନ କରିଥିବା ବ୍ୟକ୍ତି ତାଙ୍କୁ ଡରାଇବା ପାଇଁ ଏହି କାର୍ଯ୍ୟରେ ତାଙ୍କ ଆଧାରକାର୍ଡ ବ୍ୟବହାର ହୋଇଥିବା କହିଥିଲେ। ପରେ ତାଙ୍କୁ ମୁମ୍ବଇ ପୁଲିସର ଜଣେ ଅଧିକାରୀଙ୍କ ସହ ଫୋନ ଜରିଆରେ ଯୋଡ଼ାଯାଉଛି ବୋଲି କହିଥିଲେ। ଏହା ପରେ ସେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ କଲ ସଂଯୋଗ କରିଦେଇଥିଲେ। ଭିଡିଓ କଲରେ ଅନ୍ୟ ଜଣେ ବ୍ୟକ୍ତି ପୁଲିସ ପୋଷାକ ପିନ୍ଧି ମହିଳାଙ୍କୁ ଟଙ୍କା ଠକେଇ ଅଭିଯୋଗରେ ଫସାଇବାକୁ ଉଦ୍ୟମ କରିଥିଲେ। ଏହି ବ୍ୟକ୍ତି ଜଣକ ନିଜକୁ ଆଇପିଏସ ଅଧିକାରୀ ପରିଚୟ ଦେଇଥିଲେ। ସେ ମହିଳାଙ୍କୁ ତାଙ୍କ ବ୍ୟାଙ୍କ ପାସବୁକ ତଥ୍ୟ ମାଗିଥିଲେ। ଏହି ସମୟରେ ଆଉ ଜଣେ ଠକ କଲ୍‌ରେ ଯୋଡ଼ି ହୋଇଥିଲେ। ସେ ନିଜକୁ ଅର୍ଥ ବିଭାଗ ଅଧିକାରୀ ପରିଚୟ ଦେବା ସହିତ କିଛି ଆକାଉଣ୍ଟ ନମ୍ବର ଦେଇ ଟଙ୍କା ପଠାଇବାକୁ କହିଥିଲେ। ଟଙ୍କା ଯାଞ୍ଚ ସମ୍ପୂର୍ଣ୍ଣ ହେବା ପରେ ସେହି ଅର୍ଥ ଫେରାଇ ଦିଆଯିବ ବୋଲି କୁହାଯାଇଥିଲା। ଫଳରେ ମହିଳା ଜଣକ ୧୫ ଲକ୍ଷ ଟଙ୍କା ପଠାଇଥିଲେ। ଏହା ପରେ ମହିଳାଙ୍କ ଭରସା ହାସଲ କରିବା ଲାଗି ଠକମାନେ ତାଙ୍କୁ ୧୫ ଲକ୍ଷ ଟଙ୍କା ଫେରାଇ ଦେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ସ୍ଵାମୀଙ୍କ ଜଏଣ୍ଟ ଆକାଉଣ୍ଟରୁ କିଛି ପଇସା ପଠାଇବାକୁ ଠକମାନେ କହିଥିଲେ। ମହିଳା ଜଣକ ସେମାନଙ୍କୁ ବିଶ୍ଵାସ କରି ଭିନ୍ନ ଭିନ୍ନ ଆକାଉଣ୍ଟରୁ ପ୍ରାୟ ୩ କୋଟି ୮୦ ଲକ୍ଷ ଟଙ୍କା ପଠାଇ ଦେଇଥିଲେ। କିନ୍ତୁ ସେମାନେ ଆଉ ଟଙ୍କା ଫେରସ୍ତ ନ କରିବାକୁ ମହିଳା ଜଣକ ନିଜ ଝିଅକୁ ଫୋନ କରି ସବୁ କଥା ଜଣାଇଥିଲେ। ଏହା ପରେ ସେ ଠକେଇର ଶିକାର ହୋଇଥିବା ଜାଣିଥିଲେ। ଏ ନେଇ ମହିଳା ଜଣକ ସାଇବର ସହାୟତା ନମ୍ବର ଜରିଆରେ ଫୋନ କରି ସୂଚନା ଦେଇଥିଲେ। ତୁରନ୍ତ ତାଙ୍କର ୬ଟି ଯାକ ବ୍ୟାଙ୍କ ଖାତାକୁ ଫ୍ରିଜ କରିଦିଆଯିବା ସହିତ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories