ମହଙ୍ଗା ହୋଇପାରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ

0

ଚେନ୍ନଇ: ତାମିଲନାଡ଼ୁର ଟୁଟିକୋରିନ୍‍ସ୍ଥିତ ବେଦାନ୍ତର ଷ୍ଟେରଲାଇଟ୍‍ କାରଖାନା ବନ୍ଦ ହେବା ପରେ ଇଲେକ୍ଟ୍ରୋନିକ୍‍ସ ଉପକରଣ ଓ ପମ୍ପସେଟ୍‍ ମହଙ୍ଗା ହେବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ସେହି ସବୁ ଉପକରଣରେ ତମ୍ବା ପ୍ରମୁଖ ଉପାଦାନ ରୂପେ ବ୍ୟବହୃତ ହେଉଛି। ଭାରତର ଇଲେକ୍ଟ୍ରୋନିକ୍ସ ଓ ପମ୍ପସେଟ୍‍ ନିର୍ମାତାମାନେ ଟୁଟିକୋରିନ୍‍ରୁ ଉତ୍ପାଦିତ ତମ୍ବା ଉପରେ ଅଧିକ ନିର୍ଭର କରୁଥିଲେ। କାରଖାନା ବନ୍ଦ ହୋଇଯିବା ପରେ ଚାହିଦା ମେଣ୍ଟାଇବା ପାଇଁ ତମ୍ବା ବାହାର ଦେଶରୁ ଆମଦାନି କରିବାକୁ ପଡ଼ିବ। ତମ୍ବା ମୂଲ୍ୟ ଏବେ ଆନ୍ତର୍ଜାତିକ ବଜାରରେ ଅଧିକ ଥିବାରୁ ଭାରତରେ ନିର୍ମିତ ବିଭିନ୍ନ ଉତ୍ପାଦ ମହଙ୍ଗା ହେବ।

Leave A Reply