www.samajalive.in
Tuesday, December 9, 2025
15.1 C
Bhubaneswar

ଭାରତରେ ବଢ଼ୁଛି ବୟସ୍କଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ବୟସ୍କଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ସରକାରଙ୍କ ପୂର୍ବ ଅନୁମାନଠାରୁ ଦ୍ରୁତ ଗତିରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।
ଜାତିସଂଘର ରିପୋର୍ଟ ଅନୁଯାୟୀ, ୨୦୫୦ ସୁଦ୍ଧା ଭାରତର ବୟସ୍କଙ୍କ ସଂଖ୍ୟା ୩୧ କୋଟି ୬୮ ଲକ୍ଷରେ ପହଞ୍ଚିବ। ସେହିପରି ହେଲ୍‍ପେଜ୍‍ ଇଣ୍ଡିଆର ଆକଳନ ଅନୁଯାୟୀ ସେହି ସମୟ ସୁଦ୍ଧା ଭାରତର ବୟସ୍କଙ୍କ ସଂଖ୍ୟା ୩୨ କୋଟି ୪୦ ଲକ୍ଷ ହେବ। ସେମାନଙ୍କ ମଧ୍ୟରେ ସର୍ବାଧିକ ମହିଳା ଓ ବିଧବା ରହିବେ। କିନ୍ତୁ ଲୋକସଭାରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ୍‍ ଦେଇଥିବା ସୂଚନା ଅନୁଯାୟୀ ୨୦୫୦ ସୁଦ୍ଧା ଭାରତରେ ୬୦ ବର୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କ ସଂଖ୍ୟା ୩୪ କୋଟିରେ ପହଞ୍ଚିବ।
ପଟେଲ୍‍ଙ୍କ ସୂଚନା ଅନୁଯାୟୀ ଏକ ସନ୍ତାନ ନୀତି ଯୋଗୁଁ ଭାରତରେ ୦-୧୪ ବର୍ଷ ବର୍ଗର ଜନସଂଖ୍ୟାରେ ଯେଉଁ ହାରରେ ବୃଦ୍ଧି ଘଟୁଛି ତା ତୁଳନାରେ ବୟସ୍କ ବର୍ଗର ଜନସଂଖ୍ୟା ହାର ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି।
ଜାତିସଂଘର ରିପୋର୍ଟ ଅନୁଯାୟୀ ୬୦ ବର୍ଷରୁ ଊଦ୍ଧ୍ୱର୍ ବୟସର ଜନସଂଖ୍ୟା ବୃଦ୍ଧି ହାର ୨୦୧୫ରେ ୮% ଥିବା ବେଳେ ୨୦୫୦ ବେଳକୁ ତାହା ୧୯%କୁ ବୃଦ୍ଧି ପାଇବ। ୨୦୦୦ରୁ ୨୦୫୦ ମଧ୍ୟରେ ଭାରତର ମୋଟ ଜନସଂଖ୍ୟା ହାର ୫୬% ବୃଦ୍ଧି ପାଇବାକୁ ଥିବା ବେଳେ ୬୦ ବର୍ଷରୁ ଊଦ୍ଧ୍ୱର୍ ବର୍ଗର ଜନସଂଖ୍ୟା ୩୨୬% ହାରରେ ବୃଦ୍ଧି ପାଇବ। ୨୧୦୦ ବେଳକୁ ଭାରତରେ ବୟସ୍କଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୩୪% ହେବ। ୨୦୫୦ ସୁଦ୍ଧା ଭାରତରେ ୮୦ବର୍ଷରୁ ଊଦ୍ଧ୍ୱର୍ ବୟସର ଲୋକଙ୍କ ସଂଖ୍ୟା ୭୦୦% ହାରରେ ବୃଦ୍ଧି ପାଇଥିବ। ଦେଶର ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ ଦକ୍ଷିଣ ଭାରତରେ ବୟସ୍କଙ୍କ ହାର ଅଧିକ ବୃଦ୍ଧି ପାଇବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories