www.samajalive.in
Monday, December 15, 2025
15.1 C
Bhubaneswar

ଏକାମ୍ର ହାଟରେ ମୁକ୍ତ ପାଠାଗାର ଉନ୍ମୋଚିତ

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନକୁ ଆସିବା ପରେ ନୂଆ ରୂପରେ ଏକାମ୍ରହାଟ ବର୍ତ୍ତମାନ ଭୁବନେଶ୍ୱରରେ ଏକ ଆକର୍ଷଣୀୟ କେନ୍ଦ୍ରରେ ପରିଣତ ହୋଇଛି। ଓଡିଶାର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ପ୍ରାଣକେନ୍ଦ୍ର ଭାବେ ଏହି ଏକାମ୍ର ହାଟରେ ଆଜି ଶିଶୁଦିବସ ଅବସରରେ ଯୋଡି ହୋଇଛି ମୁକ୍ତ ପାଠାଗାର। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଆର୍.ବାଲକ୍ରିଷ୍ଣନ ବିଭାଗୀୟ ଶାସନ ସଚିବ ଶୁଭା ଶର୍ମାଙ୍କ ଉପସ୍ଥିତିରେ ଏହି ପାଠାଗାରକୁ ଉନ୍ମୋଚିତ କରିଛନ୍ତି।
ଏକାମ୍ର ହାଟରେ ସର୍ବସାଧାରଣଙ୍କ ପାଇଁ ମୁକ୍ତ ପାଠାଗାର ସ୍ଥାପନ ଏକ ଅଭିନବ ପ୍ରୟାସ। ନୂତନ ଚିନ୍ତାଧାରାରେ ପୁରୁଣା ବଡ଼ ରେଫ୍ରିଜରେଟରରେ କାଚ ଲଗାଇ ପୁର୍ନବ୍ୟବହୃତ କରାଯାଇ ପୁସ୍ତକ ରଖାଯାଇ ଏହି ପାଠାଗାର ସ୍ଥାପନ କରାଯାଇଛି। ସର୍ବସାଧାରଣଙ୍କ ପଠନ ଅଭ୍ୟାସ ବୃଦ୍ଧି ନିମନ୍ତେ ବାହାରେ ଆକର୍ଷଣୀୟ ପଟ୍ଟଚିତ୍ର କାରୁକାର୍ଯ୍ୟ କରାଯାଇ ଏହାର ଶୋଭା ବର୍ଦ୍ଧନ କରାଯାଇଛି।
ଏହି ପାଠାଗାରରେ ପ୍ରାୟ ୨୦୦ ଗୋଟି ପୁସ୍ତକ ରହିଛି। କେବଳ ଶିଶୁ ନୁହଁନ୍ତି ସବୁ ବର୍ଗ ଓ ବୟସର ପାଠକଙ୍କ ନିମନ୍ତେ ଇଂରାଜୀ ଓ ଓଡିଆ ଭାଷାରେ ପୁସ୍ତକ ରଖାଯାଇଛି। ଏହି ପାଠାଗାର ସ୍ୱୟଂଚାଳିତ। ଯେ କୌଣସି ପାଠକ ନିଜେ ପୁସ୍ତକ ଚୟନ କରି ବହିଟି ଧରି ଘାସର ଗାଲିଚା ଉପରେ କିମ୍ବା ଚଉକି ଉପରେ ବସି ପଢି ପାରିବେ। ଏକାମ୍ର ହାଟରେ ଆସୁଥିବା ଲୋକମାନଙ୍କ ପାଇଁ ନୂତନ ବନ୍ଧୁ ରୂପେ ପୁସ୍ତକ ମିଳିବ। ଏତଦ ବ୍ୟତୀତ ଏକାମ୍ର ହାଟରେ ଦର୍ଶକମାନେ ମଧ୍ୟ ଭାରତର ବିଭିନ୍ନ ଖାଦ୍ୟ ଷ୍ଟଲରେ ଖାଦ୍ୟର ମଜା ନେଇ ପାରିବେ। ବ୍ୟକ୍ତି ବିଶେଷ ଏହି ହାଟରେ ୫୦ରୁ ଉଦ୍ଧ୍ୱର୍ ଷ୍ଟଲରୁ ହସ୍ତଶିଳ୍ପ ଓ ହସ୍ତତନ୍ତ ବସ୍ତୁ କ୍ରୟ କରିବାର ସୁଯୋଗ ପାଇ ପାରିବେ। ବ୍ୟକ୍ତିବିଶେଷ ପାଠାଗାର ନିମନ୍ତେ ପୁସ୍ତକ ଦାନ କରିପାରିବେ।

 

- Advertisement -

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନସ୍ଥ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ ଓ ବକୁଳ ଫାଉଣ୍ଡେସନର ସହଭାଗୀତାରେ ଏହି ପାଠାଗାର ପ୍ରତିଷ୍ଠା କରାଯାଇଛି। ରାଜ୍ୟରେ ପାଠାଗାର ଆନ୍ଦୋଳନ ସହିତ ପୁସ୍ତକ ପଠନକୁ ଲୋକପ୍ରିୟ କରିବାରେ ବକୁଳ ଫାଉଣ୍ଡେସନର ଉଦ୍ୟମ ପ୍ରଶଂସନୀୟ। ଏକାମ୍ର ହାଟର ବାହ୍ୟ ଭାଗରେ ଆମ୍ପିଥିଏଟର ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବାର ସୁବିଧା ରହିଛି। ଏକାମ୍ର ହାଟରେ ଗୋଟିଏ ସ୍ଥାନରେ ହସ୍ତଶିଳ୍ପ, ହସ୍ତତନ୍ତ, ଖାଦ୍ୟପଦାର୍ଥ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଏବେ ପୁସ୍ତକ ପଠନର ସୁବିଧା ଉପଲବ୍ଧ ହେବ। ଏକାମ୍ର ହାଟ ପ୍ରତ୍ୟହ ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି। ଏହି ମୁକ୍ତ ପାଠାଗାର ମଧ୍ୟ ଏହି ସମୟରେ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ। ଆଜିର ପାଠାଗାର ଉନ୍ମୋଚନ ଉତ୍ସବରେ ସିଡାକ୍ର ମେମ୍ବର ସେକ୍ରେଟାରୀ ଶିଶିର କୁମାର ରଥ, ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ କୁମାର ମହାପାତ୍ର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories