www.samajalive.in
Monday, December 8, 2025
14.1 C
Bhubaneswar

ଶକ୍ତିମାନର ପରାଭବ

ବନବାସ ଶେଷ ହେବାପରେ ସର୍ତ୍ତ ଅନୁଯାୟୀ ପାଣ୍ଡବମାନେ ବର୍ଷେ ଅଜ୍ଞାତବାସରେ ରହିଥିଲେ। ଏହି ସମୟରେ ସେମାନେ ବେଶ ବଦଳାଇ ବିରାଟ ରାଜାଙ୍କ ମହଲରେ ରହିଥିଲେ। ଦ୍ରୌପଦୀ ବିରାଟ ନରେଶଙ୍କ ରାଣୀ ସୁଦେଷ୍ଣାଙ୍କ ନିକଟରେ ସେବାକାରିଣୀ ସୈରିନ୍ଧ୍ରୀ ନାମରେ କାର୍ଯ୍ୟ କରୁଥାନ୍ତି।
ବିରାଟ ନରେଶଙ୍କ ପ୍ରଧାନ ସେନାପତି କୀଚକ ରାଣୀ ସୁଦେଷ୍ଣାଙ୍କ ଭାଇ ଥିଲା। କୌଣସି କାର୍ଯ୍ୟବଶତଃ ଏକଦା କୀଚକ ଭଗ୍ନୀ ସୁଦେଷ୍ଣାଙ୍କ ନିକଟକୁ ଯାଇଥିଲା। ସେଠାରେ ଅପୂର୍ବ ଲାବଣ୍ୟମୟୀ, ଛଦ୍ମବେଶରେ ଥିବା ଦ୍ରୌପଦୀ (ସୈରିନ୍ଧ୍ରୀ)ଙ୍କୁ ଦେଖି ତାଙ୍କ ପ୍ରତି ଆସକ୍ତ ହୋଇପଡ଼ିଥିଲା। କୀଚକ ସ୍ଥାନକାଳ ଭୁଲି ସୈରିନ୍ଧ୍ରୀଙ୍କୁ ପ୍ରଲୋଭିତ କରିବାକୁ ବହୁ ଚେଷ୍ଟା କରିଥିଲା। ହେଲେ ସେରିନ୍ଧ୍ରୀ ବୁଝାଇ ଦେଇଥିଲେ- ମୁଁ ପତିବ୍ରତା ନାରୀ। ପତିଙ୍କ ବିନା ମୁଁ ଅନ୍ୟକୌଣସି ପୁରୁଷଙ୍କୁ କଦାପି କାମନା କରିପାରିବି ନାହିଁ। ତୁମେ ଏଭଳି ପାପପୂର୍ଣ୍ଣ ବିଚାରଧାରା ତ୍ୟାଗକର।
କାମାନ୍ଧ କୀଚକ କିନ୍ତୁ ଦ୍ରୌପଦୀଙ୍କର ଏ କଥାପ୍ରତି କର୍ଣ୍ଣପାତ କରି ନଥିଲା। ଭଗ୍ନୀ ସୁଦେଷ୍ଣାଙ୍କୁ ପ୍ରଭାବିତ କରି କହିଥିଲା ଦାସୀ ସୈରିନ୍ଧ୍ରୀଙ୍କୁ ତା’ର କକ୍ଷକୁ ପଠାଇବା ନିମନ୍ତେ। ଯଦିଚ ସୁ‌େ‌ଦଷ୍ଣା ଏହାକୁ ଅସ୍ବୀକାର କରିଥିଲେ, ହେଲେ ପରବର୍ତ୍ତୀ ସମୟରେ କିଛି ଗୋଟିଏ କା‌େ‌ର୍ଯ୍ୟାପଲକ୍ଷେ ସୈରିନ୍ଧ୍ରୀଙ୍କୁ କୀଚକର କକ୍ଷକୁ ପଠାଇଥିଲେ। ଏହି ସୁଯୋଗରେ କୀଚକ ତାଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କରନ୍ତେ ସୈରିନ୍ଧ୍ରୀ ଖୁବ୍‌ ଜୋରରେ ଧକ୍‌କା ଦେଇ ସେଠାରୁ ପଳାଇ ଆସିଥିଲେ। ନିଜକୁ କୀଚକ କବଳରୁ ବଞ୍ଚାଇବା ପରେ ତା’ର କୁଉଦ୍ଦେଶ୍ୟ ସମ୍ପର୍କରେ ବିରାଟ ନରେଶଙ୍କୁ କହିଥିଲେ। ହେଲେ ଶାଳକ ପ୍ରତି ଅହେତୁକ ଶ୍ରଦ୍ଧାବଶତଃ ବିରାଟ ଏଥିପ୍ରତି ଗୁରୁତ୍ବ ଦେଇ ନଥିଲେ।
ସୈରିନ୍ଧ୍ରୀ(ଦ୍ରୌପଦୀ) ଏଥିରେ ନିରୁତ୍ସାହିତ ହୋଇ ନଥିଲେ। କୀଚକକୁ ଉଚିତ ଶିକ୍ଷା ଦେଇ ଅସଦାଚରଣ ଉଦ୍ୟମର ପ୍ରତିଶୋଧ ନେବାକୁ ବୃକୋଦରଙ୍କ ନିକଟକୁ ଯାଇ ତାଙ୍କୁ ସବୁକଥା କହିଥିଲେ। ଏହା ଜାଣିବାପରେ ବୃକୋଦର କ୍ରୋଧରେ ଅସ୍ଥିର ହୋଇଉଠିଥିଲେ। କୀଚକକୁ କଠୋର ଶାସ୍ତି ଦେବା ନିମନ୍ତେ ଏକ କୌଶଳ ରଚନା କରାଯାଇଥିଲା। ତଦନୁଯାୟୀ ସୈରିନ୍ଧ୍ରୀ ନିଜଆଡ଼ୁ କୀଚକକୁ ନାଟ୍ୟଶାଳାକୁ ଆମନ୍ତ୍ରଣ କରିଥିଲେ। ସେହିଠାରେ ତାଙ୍କୁ ଭେଟିବା ନିମନ୍ତେ ବାର୍ତ୍ତା ଦେଇଥିଲେ। କୀଚକ ଏହାକୁ ସୁବର୍ଣ୍ଣ ସୁଯୋଗ ଭାବି ଆନନ୍ଦରେ ଆତ୍ମହରା ହୋଇଉଠିଥିଲା। ଯୋଜନା ଅନୁଯାୟୀ ସୈରିନ୍ଧ୍ରୀଙ୍କ ପରିବର୍ତ୍ତେ ଭୀମସେନ ସୈରିନ୍ଧ୍ରୀ ବେଶରେ ନାଟ୍ୟଶାଳାକୁ ଯାଇ କୀଚକର ପ୍ରତୀକ୍ଷା କରିଥିଲେ। ସୈରିନ୍ଧ୍ରୀ ଭାବି ପ୍ରେମାନ୍ଧ କୀଚକ ଭୀମସେନଙ୍କୁ ଆଲିଙ୍ଗନ କରିବାକୁ ବାହାରନ୍ତେ ବୀର ବୃକୋଦର ସେହିଠାରେ କୀଚକକୁ ହତ୍ୟା କରିଥିଲେ। କାମାସକ୍ତ ହୋଇ ପରସ୍ତ୍ରୀ ଉପରେ କୁଦୃଷ୍ଟି ପକାଇବାର ଉପଯୁକ୍ତ ଫଳ ପାଇଥିଲା କୀଚକ। କାମାନ୍ଧମାନେ ହିତାହତ ଜ୍ଞାନ ବିବର୍ଜିତ ହୋଇଥାନ୍ତି। ହିତାହିତ ଜ୍ଞାନଶୂନ୍ୟ ହୋଇ, ଅପରିଣାମଦର୍ଶୀ ଭାବରେ ଯେଉଁ କାର୍ଯ୍ୟ କରିଥାନ୍ତି ପରିଣାମରେ ସେମାନେ କୀଚକଭଳି ମହାବଳଶାଳୀ ହୋଇଥିଲେ ହେଁ ପରାଭବ ଭୋଗିଥାନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories