www.samajalive.in
Sunday, December 7, 2025
14.1 C
Bhubaneswar

ମାର୍ଗଦର୍ଶକ

ଜ୍ଞାନସାଧକ ସନ୍ଥ ଜୁନେଦଙ୍କ ସାନ୍ନିଧ୍ୟଲାଭ ତଥା ଉପଦେଶ ଗ୍ରହଣ ଲାଗି କାହିଁ କେତେଦୂରରୁ ଲୋ‌େକ ତାଙ୍କ ନିକଟକୁ ଆସୁଥିଲେ। ଲୋକପ୍ରିୟତାର ଶୀର୍ଷରେ ଥିବା ଜୁନେଦ ସଂାସାରିକ ବିଷୟବାସନା ପ୍ରତି ସମ୍ପୂର୍ଣ୍ଣ ନିର୍ଲିପ୍ତ ଥିଲେ। ନଶ୍ବର ଜୀବନରେ ଧନପଛରେ ଅନ୍ଧଭଳି ନଧାଇଁବା ତଥା ସାଂସାରିକ ବିଷୟବାସନା ପ୍ରତି ସମ୍ପୂର୍ଣ୍ଣ ନିର୍ଲିପ୍ତ ରହି କର୍ମ କରିଯିବା ନିମନ୍ତେ ସେ ଶ୍ରଦ୍ଧାଳୁଙ୍କୁ ସଦାସର୍ବଦା ପରାମର୍ଶ ଦେଉଥିଲେ। ଜୁନେଦ ଖାଇବା ପିଇବା ତଥା ପରିଧାନ ପ୍ରତି ସମ୍ପୂର୍ଣ୍ଣ ଉଦାସୀନ ଥିଲେ। ବିଭିନ୍ନ ସ୍ଥାନ ବୁଲିବା ଭିତରେ ଯେଉଁଠି ରାତି ହୋଇଯାଉଥିଲା ସେଇଠି ଅଟକି ଯାଉଥିଲେ।
ଏକଦା ଏକ ବଡ଼ ସହର ଉପକଣ୍ଠରେ କିଛିଦିନ ପାଇଁ ଅବସ୍ଥାନ କରିବା ଭିତରେ ଏହି ଖବର ସହରର ଜଣେ ଧନୀ ବ୍ୟକ୍ତି (ଶେଠ)ଙ୍କ କାନରେ ବାଜିଥିଲା। ଜୁନେଦଙ୍କ ଖ୍ୟାତି ସମ୍ପର୍କରେ ସେ ପୂର୍ବରୁ ଶୁଣିଥିବାରୁ ତାଙ୍କୁ ସାକ୍ଷାତ୍‌ କରିବାକୁ ଆସିଥିଲେ। ସାଙ୍ଗରେ ଆଣିଥିଲେ ଢ଼େର ସ୍ବର୍ଣ୍ଣମୁଦ୍ରାଯୁକ୍ତ ଥଳି।
ସ୍ବର୍ଣ୍ଣମୁଦ୍ରାଯୁକ୍ତ ଥଳି ଜୁନେଦଙ୍କ ପାଦତଳେ ରଖି ଧନୀ ବ୍ୟକ୍ତିଜଣକ ହାତଯୋଡ଼ି ନମ୍ର ଭାବରେ କହିଲେ- ‘ମହାଭାଗ! ଆପଣଙ୍କ ପାଇଁ ଏହା ଆଣିଛି। ସାଦରେ ଗ୍ରହଣ କଲେ ନିଜକୁ କୃତାର୍ଥ ମଣିବି।’
ଜୁନେଦ ସେହି ସ୍ବର୍ଣ୍ଣମୁଦ୍ରାଯୁକ୍ତ ଥଳି ଆଡ଼କୁ ନ ଚାହିଁ ଧନିକ ବ୍ୟକ୍ତିଙ୍କୁ କହିଥିଲେ- ଏତେଗୁଡ଼ାଏ ସ୍ବର୍ଣ୍ଣମୁଦ୍ରା ଦେବାପରେ ତୁମ ପାଖରେ ଆଉ ଏଭଳି ମୁଦ୍ରା ଅଛି ତ?
ଶେଠ ତାଙ୍କ ସ୍ଥୂଳବୁଦ୍ଧିରେ ବହୁତ ଖୁସି ହୋଇ ମନେମନେ ଭାବିଲେ- ବୋଧହୁଏ ଜୁନେଦ୍‌ ତାଙ୍କଠାରୁ ଆହୁରି ଅଧିକ ଧନ ଚାହୁଁଛନ୍ତି। ଅତି ଖୁସି ହୋଇ କହିଲେ- ‘ହଁ, ମୋ ପାଖରେ ୟାଠାରୁ ଢ଼େର ଗୁଣ ସୁନାମୋହର ଅଛି।’
ଏହାଶୁଣି ଜୁନେଦ ପ୍ରଶ୍ନ କଲେ- ଏତେ ଅଧିକ ସ୍ବର୍ଣ୍ଣ ମୁଦ୍ରାଥିବା ସ୍ବୀକାର କରୁଥିଲେ ବି ଆହୁରି ଅଧିକ ଧନ ଚାହୁଁଛନ୍ତି ଯେ?
‘କାହିଁକି ନୁହେଁ, ମୁଁ ତ ସର୍ବଦା ଚାହୁଁଛି କିପରି ଅଧିକ ଧନ ଆସିବ, ଯାହା ବଳରେ ମୁଁ ମୋର ପରବର୍ତ୍ତୀ ପିଢ଼ି ବେଶ୍‌ ସ୍ବଚ୍ଛଳରେ ଜୀବନ ବିତାଇବୁ। ଜୀବନର ଦିଶା ଆହୁରି ସମୃଦ୍ଧ ହୋଇଯିବ- ଶେଠ୍‌ ଉତ୍‌ଫୁଲ୍ଲିତ ହୋଇ କହିଥିଲେ।’
‘ତା’ହେଲେ ଏଇ ସ୍ବର୍ଣ୍ଣମୁଦ୍ରାକୁ ମୋତେ ନଦେଇ ଫେରାଇ ନିଅ। ଏହା ମୋ ପାଇଁ ଅନାବଶ୍ୟକ, କିନ୍ତୁ ତୁମ ପାଇଁ ୟାର ଆବଶ୍ୟକତା ଜରୁରୀ। କାରଣ ଏହାକୁ ଦେବା ପରେ ତୁମର ଧନଭଣ୍ଡାର କିଛିଟା ଖାଲି ହୋଇଯାଇଥିବ ନିଶ୍ଚୟ। ଏହାର ଅସଲ ଆବଶ୍ୟକତା ତ ତୁମ ପାଖରେ, ମୋ ପାଖରେ ନୁହେଁ। ଏତେ ଧନ ଥାଇ ବି ଅଧିକ ଧନ କାମନା କରୁଛ- ଏ କ୍ଷେତ୍ରରେ ଦାନ ଦେବାର କିଛି ହିଁ ମୂଲ୍ୟ ନାହିଁ।’
ଏହା ଶୁଣିବା ପରେ ଧନିକ ବ୍ୟକ୍ତି ନିଜ ଭୁଲ ବୁଝିପାରିଥିଲେ। ଜୁନେଦଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ ଆଉ ଧନ ପଛରେ ଏଭଳି ଅନ୍ଧଭାବରେ ନଧାଇଁବା ନିମିତ୍ତ। ଜୀବନନିର୍ବାହ ନିମିତ୍ତ ଧନର ଆବଶ୍ୟକତା ଅପରିହାର୍ଯ୍ୟ, ହେଲେ ଅନ୍ଧଭଳି ଧନ କମାଇବା ପଛରେ ଧାଇଁଲେ ଏହା ଦୁଃଖ, ଅଶାନ୍ତିକୁ ଆମନ୍ତ୍ରଣ କରି ଆଣିଥାଏ, ଜୀବନର ସକଳ ସରସତାକୁ ନଷ୍ଟ କରିଦେଇଥାଏ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories