www.samajalive.in
Tuesday, December 9, 2025
15.1 C
Bhubaneswar

ଖରା ଦିନେ ବିଭିନ୍ନ ସମସ୍ୟାରୁ ରକ୍ଷା କରେ ଆମ୍ବ

ସାଧାରଣତଃ ଖରା ଦିନେ ଆମ୍ବର ଅନେକ ଚାହିଦା ରହିଥାଏ। ଆମ୍ବ ଯେତିକି ସ୍ବାଦିଷ୍ଟ ହୋଇଥାଏ ସ୍ବାସ୍ଥ୍ୟ ପାଇଁ ସେତିକି ଲାଭକାରୀ ମଧ୍ୟ ହୋଇଥାଏ। ଆମ୍ବରେ ପ୍ରଚୁର ପରିମାଣରେ ଫାଇବର, ପୋଟାସିୟମ, ମ୍ୟାଗ୍ନେସିୟମ ରହିଥାଏ। ଏହା ଉଚ୍ଚ ରକ୍ତଚାପ ଠାରୁ ଆରମ୍ଭ କରି ପେଟର ଅନେକ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା, ଆମ୍ବ ଖାଇବା ଶରୀର ପାଇଁ କେତେ ଲାଭକାରୀ …

୧ କପ ଆମ୍ବରେ ୯୯ କିଲ ଏବଂ ୦.୬ ଗ୍ରାମ ଫ୍ୟାଟ ରହିଥାଏ। ଏହା ବ୍ୟତୀତ ଆମ୍ବରେ ୦% କୋଲେଷ୍ଟ୍ରଲ, ୧.୭ ଏମ ଜି ସୋଡିୟମ, ୨୭୭.୨ ଏମ ଜି ପୋଟାସିୟମ, ୨୫ ଗ୍ରାମ କାର୍ବୋହାଇଡ୍ରେଡ, ୨୩ ଗ୍ରାମ ଶର୍କରା, ୩୫% ଭିଟାମିନ-ଏ, ୧୦% ଭିଟାମିନ-ବି-୬ ଏବଂ ୪% ମ୍ୟାଗ୍ନେସିୟମ ଭଳି ଅନେକ ପୋଷକ ତତ୍ତ୍ବ ରହିଥାଏ।

- Advertisement -

ଖରା ଦିନେ କୋଷ୍ଠକାଠିନ୍ୟ, ପେଟ ଜଳାପୋଡା ହେବା ଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆମ୍ବ ଖାଇବା ଉଚିତ। ଖରାଦିନେ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଏସିଡିଟି ହେବାର ସମସ୍ୟା ଦେଖାଯାଇଥାଏ। ଏଭଳି ପରିସ୍ଥିତିରେ କଞ୍ଚା ଆମ୍ବ ଖାଇବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

ଆମ୍ବ ଶରୀରରେ ଜଳୀୟ ଅଂଶର ଅଭାବକୁ ଦୂର କରିଥାଏ। ଏହି କାରଣରୁ ଆମ୍ବ କିମ୍ବା ଆମ୍ବ ପଣା ପିଇବା ଦ୍ବାରା ଅନେକ ସମସ୍ୟା ଦୂର ହୋଇଥାଏ। ପୋଟାସିୟମ ଏବଂ ମ୍ୟାଗ୍ନେସିୟମରେ ଭରପୁର ଥିବା ଆମ୍ବ ଖାଇବା ଦ୍ବାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ।

ଦୁର୍ବଳ ଏବଂ ପତଳା ଲୋକମାନଙ୍କ ପାଇଁ ଆମ୍ବ କୌଣସି ବରଦାନରୁ କମ ନୁହେଁ। କାରଣ ଏଥିରେ ପ୍ରଚୁର ମାତ୍ରାରେ କ୍ୟାଲୋରୀ ରହିଥାଏ। ଏହା ଓଜନ ବଢାଇବାରେ ସାହାଯ୍ୟ କରିଥାଏ। ଏଥିରେ ପ୍ରଚୁର ମାତ୍ରାରେ ଆଇରନ ଥିବାରୁ ଏହା ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ।

ଆମ୍ବ ଖାଇବା ଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ସଠିକ ରୂପେ ହୋଇଥାଏ। ଆମ୍ବ ମିଠା ହୋଇଥିବାରୁ ମଧୁମେହ ଥିବା ବ୍ୟକ୍ତିମାନେ ଏହାକୁ ଖାଇ ନ ଥାଆନ୍ତି କିନ୍ତୁ ଏପରି କିଛି ହୋଇନଥାଏ। ସେହିପରି ଏହାର ପତ୍ର ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଲାଭକାରୀ ହୋଇଥାଏ। ଆମ୍ବରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ କୋଲୋନ ଲ୍ୟୁକେମିୟା ଏବଂ କର୍କଟରୁ ରକ୍ଷା କରିବା ପାଇଁ ଲାଭକାରୀ ହୋଇଥାଏ। ଏଥିରେ କ୍ୟୁର୍ସେଟିନ ଏବଂ ଫିସେଟିନ ଭଳି ଅନେକ ପୋଷକ ତତ୍ତ୍ବ ରହିଥାଏ, ଯାହା କର୍କଟ ରୋଗର ସେଲ୍ସ ବଢିବାରେ ନିୟନ୍ତ୍ରଣ କରିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories