ଦିଲ୍ଲୀରେ ଭୂକମ୍ପ ଝଟକା
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ନୋଇଡ଼ା, ହରିୟାଣାର ସୋନିପତ ଏବଂ ଏହାର ଆଖପାଖ ଅଞ୍ଚଳରେ ରବିବାର ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ ମଧ୍ୟମ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି। ଦିନ ପ୍ରାୟ ୩ଟା ୩୭ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏପରିକି ଉତ୍ତରପ୍ରଦେଶ ଏବଂ ଜାମ୍ମୁ କାଶ୍ମୀରର କେତେକ ସ୍ଥାନରେ ଭୂକମ୍ପ ଝଟା ଅନୁଭୂତ ହୋଇଥିବା ସୂଚନା ମିଳିଛି। ଏଥିରେ କେହି ମୃତ କିମ୍ବା ଆହତ ହେବାର ଖବର ମିଳିନାହିଁ। ଭୂକମ୍ପର କେନ୍ଦ୍ର ହରିୟାଣାର ସୋନିପତ ବୋଲି ଚହ୍ନଟ କରାଯାଇଛି।