mission shakti banner

ଏକ ଘଣ୍ଟା ବିଦ୍ୟୁତ୍ ବ୍ୟବହାର ବନ୍ଦ ପାଇଁ ଆହ୍ବନ, ସାରା ବିଶ୍ବ ପାଳିବ ଆର୍ଥ ଆୱାର

BSKY banner  750×100
0

କଟକ: ଆଜି ସାରା ବିଶ୍ବରେ ପାଳନ ହେବ ଆର୍ଥ ଆୱାର । ଆର୍ଥ ଆୱାର ପାଇଁ ଆଜି ରାତିରେ ୧ ଘଣ୍ଟା ବିଦ୍ୟୁତ ଚଳାଚଳ ବନ୍ଦ ରଖିବା ପାଇଁ ଆହ୍ବାନ ଦିଆଯାଇଛି । ଫଳରେ ଅନାବଶ୍ୟକୀୟ ବିଦ୍ୟୁତ୍ ଅପଚୟକୁ ରୋକା ଯାଇପାରିବ । ସନ୍ଧ୍ୟା ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ୟ୍ୟନ୍ତ ଘରେ ବା କାର୍ୟ୍ୟାଳୟରେ ଅତି ଜରୁରୀ ନଥିବା ବିଦ୍ୟୁତ୍‍ ବତି ଓ ବୈଦ୍ୟୁତିକ ସରଞ୍ଜାମ ବନ୍ଦ ରଖିବା ପାଇଁ ବିଶ୍ୱବ୍ୟାପୀ ଅଭିଯାନ ଚାଲିଛି । ୨୦୦୮ରୁ ଆର୍ଥ ଆୱାର ବିଶ୍ବ ସ୍ତରରେ ପାଳନ କରାଯାଉଛି । ଏହି ଅଭିଯାନରେ ୨୦୦୯ରେ ଭାରତ ସାମିଲ ହୋଇଥିଲା ଏବଂ ୨୦୧୦ ମସିହାଠାରୁ ଓଡିଶାରେ ଆର୍ଥ ଆଓ୍ଵାର କାର୍ୟ୍ୟକ୍ରମ ପାଳନ କରାଯାଉଛି ।  ପ୍ରଥମେ ଅଷ୍ଟ୍ରେଲିଆରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆର୍ଥ ଆଓ୍ଵାର କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା ।

Leave A Reply