www.samajalive.in
Monday, December 15, 2025
24.1 C
Bhubaneswar

ଆଗୁଆ ନିର୍ବାଚନ: ମମତା ବାନାର୍ଜୀଙ୍କ ଆଶଙ୍କା- ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କ ପୁତୁରା ଗିରଫ ହେବେ ବୋଲି କହିଲେ

କୋଲକାତା- ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଗିରଫ ହୋଇପାରନ୍ତି ବୋଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଏହା ସହ ଡିସେମ୍ବର ପୂର୍ବରୁ ବିଜେପି ସରକାର ଲୋକସଭା ନିର୍ବାଚନ କରିପାରନ୍ତି ବୋଲି ସେ କହିଛନ୍ତି ।

ଏବେ ତାଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସର ମହାସଚିବ ଅଭିଷେକ ବାନାର୍ଜୀଙ୍କ ବିରୋଧର ବିଭିନ୍ନ ଷଡଯନ୍ତ୍ର କରାଯାଉଥିବା ସେ ପ୍ରକାଶ କରିଛନ୍ତି । କେନ୍ଦ୍ରୀୟ ଯାଞ୍ଚ ସଂସ୍ଥାମାନେ କେତେବେଳେ ବି ତାଙ୍କୁ ଗିରଫ କରିପାରନ୍ତି ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।

- Advertisement -

ତୃଣମୂଳ ଛାତ୍ର ପରିଷଦର ପ୍ରତିଷ୍ଠା ଦିବସ ଅବସରରେ ସେ ବକ୍ତବ୍ୟ ଦେବା ଅବସରରେ ଏପରି କଥା କହିଛନ୍ତି । ମମତା ବାନାର୍ଜୀ ଅନେକ କେନ୍ଦ୍ର ସରକାର ଦେଖିଥିବା କଥା କହିଛନ୍ତି । ମାତ୍ର ଏପରି ପ୍ରତିଶୋଧ ସରକାର ଦେଖି ନଥିବା କଥା ପ୍ରକାଶ କରିଛନ୍ତି ।

ବିଜେପି ସରକାର ଏବେ ଡିସେମ୍ବରରେ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା କଥା ସେ କହିଛନ୍ତି । ଏବେ ବିଜେପି ସରକାର ନିର୍ବାଚନ ପୂର୍ବରୁ ସବୁ ହେଲିକପ୍ଟର ବୁକ୍‌ କରି ନେଇଥିବା କଥା ମମତା ବାନାର୍ଜୀ କହିଛନ୍ତି ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories