ମୋଦୀ ଏବଂ ପୁତିନ୍‌ଙ୍କ ମଧ୍ୟରେ ଫୋନ୍‌ ବାର୍ତ୍ତାଳପ – ଏହି ସବୁ ବିଷୟରେ କଲେ ଆଲୋଚନା

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରୁଷ୍‌ର ରାଷ୍ଟ୍ରପତି ପୁତିନଙ୍କ ମଧ୍ୟରେ ଫୋନ୍‌ରେ ବାର୍ତ୍ତାଳପ ହୋଇଛି । ଅଗଷ୍ଟ ୨୮ ତାରିଖରେ ମୋଦୀ ଏବଂ ପୁତିନଙ୍କ ମଧ୍ୟରେ ଫୋନ୍‌ରେ କଥାବାର୍ତ୍ତା ହୋଇଥିବା ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

prayash

ଜି୨୦ ବୈଠକ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ଦୁଇ ନେତା ଆଲୋଚନା କରିଛନ୍ତି । ପୁତିନ ସେପ୍ଟେମ୍ୱର ୯ ଏବଂ ୧୦ ତାରିଖରେ ଜି-୨୦ ଶିଖର ସମ୍ମିଳନୀରେ ଭାଗନେବା ପାଇଁ ନିଜର ଅସମର୍ଥତା ବ୍ୟକ୍ତି କରିଛନ୍ତି । ରୁଷ୍‌ ପ୍ରତିନିଧ ମଣ୍ଡଳର ନେତୃତ୍ୱ ଏହାର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲୋଭାରୋବ କରିବେ । ଭାରତକୁ ବିଭିନ୍ନ ପ୍ରସଙ୍କରେ ସମର୍ଥନ ଦେଉଥିବାରୁ ମୋଦୀ ପୁତିନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପୁତିନ ଭାରତକୁ ଏହାର ଚନ୍ଦ୍ରଯାନ-୩ର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ତରୀକ୍ଷରେ ଦୁଇ ଦେଶ ଏକାଠି ହୋଇ କାମ କରିବେ ବୋଲି ସେ ଆଶାପ୍ରକଟ କରିଛନ୍ତି ।

Comments are closed.