କେନ୍ଦ୍ରାପଡା : ପାଟକୁରା ଥାନା ଅନ୍ତର୍ଗତ କଳାବୁଦା ଠାରେ ଚିତ୍ରୋତ୍ପଳା ନଦୀରେ ବୁଡି ଜଣେ ବାଳକର ମୃତ୍ୟୁ ହୋଇ ଯାଇଛି। ମୃତ ବାଳକର ବୟସ ୧୨ବର୍ଷ ହେବ ବୋଲି ଜଣାପଡିଛି। ତାଙ୍କ ଘର କେନ୍ଦ୍ରାପଡା ଜିଲା ହରିପୁର ଗ୍ରାମ ଅଟେ। ବାଳକ ଜଣକ ଶନିବାର ସକାଳେ ପରିବାର ସହ କାଳାବୁଦା ସ୍ଥିତ ଶନିଶ୍ଚର ପୀଠକୁ ଜଳାଭିଷେକ କରିବାକୁ ଆସିଥିଲେ। ଜଳାଭିଷେକ ପରେ ବାଳକ ଗାଧୋଇବା ନିମନ୍ତେ ଚିତ୍ରୋତ୍ପଳା ନଦୀକୁ ଯାଇଥିବା ସମୟରେ ବୁଡି ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମୃତଦେହ ଉଦ୍ଧାର କରିଥିଲେ।
Popular Categories



