ଆଦିବାସୀ ଦଳିତ ମଞ୍ଚ ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ତିଗିରିଆ : ଦଳିତ ଆଦିବାସୀ ମଞ୍ଚ ଏବଂ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଆନୁକୂଲ୍ୟରେ ସମ୍ବିଧାନ ପ୍ରଣେତା, ସାମାଜିକ ନ୍ୟାୟ ଆନ୍ଦୋଳନର କର୍ଣ୍ଣଧାର ତଥା ଭାରତରତ୍ନ ଡଃ ବାବା ସାହେବ ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ ଶୁକ୍ରବାର ନୂଆପାଟଣା ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗ ଦେଇଥିଲେ।

prayash

ଏହି ଅବସରରେ ବିଜୁ ଯୁବ ଛାତ୍ର ଜନତା ତରଫରୁ ୧୦୦୦ ରୁ ଉର୍ଦ୍ଧ୍ଵ ମୋଟର ସାଇକେଲରେ ସହସ୍ରାଧିକ କର୍ମୀଙ୍କ ଗହଣରେ ମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ବିଭିନ୍ନ ସ୍ଲୋଗାନ ସହିତ ମୋଟର ସାଇକେଲ ଶୋଭାଯାତ୍ରା ପାଞ୍ଚଗାଁ ପଞ୍ଚାୟତ ନୂଆସଡକ ଛକ ଠାରୁ ବାହାରି ପାଞ୍ଚଗାଁ, ସୋମପଡା ,ବଡନାଉପୁଟ, ହାଟମାଳ, ଗଦାଧରପୁର, ବିନ୍ଧାଣିମା, ଜେମାଦେଇପୁର, ନୂଆପାଟଣା ପଞ୍ଚାୟତ ପରିକ୍ରମା କରି ଅର୍ଜୁନ ସୁବୁଦ୍ଧି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଶେଷ ହୋଇଥିଲା। ପରେ ଦଳିତ ନେତା ହରେନ୍ଦ୍ର ଦଳେଇଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ସ୍ଵାଇଁ ଯୋଗଦେଇ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଭାରତୀୟ ସମ୍ବିଧାନ ଓ ଲୋକଙ୍କୁ ସାମାଜିକ ନ୍ୟାୟ ପ୍ରଦାନରେ ଡ଼ଃ ଆମ୍ବେଦକରଙ୍କ ଅବଦାନକୁ ମନ୍ତ୍ରୀ ଶ୍ରୀ ସ୍ବାଇଁ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଉପାଧ୍ୟକ୍ଷ ମାନସ କୁମାର ସାହୁ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାଗୀରଥୀ ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ କୁମାର ମଲ୍ଲିକ, ସସ୍ମିତା ରାଉତ, ବିଜେଡି ମହିଳା ମୋର୍ଚ୍ଚା ସଭାପତି ରୂପା ଦଳେଇ, ଭୋଗଡା ସରପଞ୍ଚ ଶର୍ମିଲା ନାୟକ, ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ସେହିପରି ଦୁଷ୍ମନ୍ତ ନାଏକ, ସଚ୍ଚି ନାଏକ, ପ୍ରଶାନ୍ତ ନାଏକ, ପ୍ରଫୁଲ୍ଲ ନାଏକ, ମାମି ଦେହୁରୀ, ପ୍ରସନ୍ନ ଭୋଇ, ପ୍ରକାଶ ବେହେରା, ନିରଞ୍ଜନ ଦଲେଇ, ସଞ୍ଜିତା ନାଏକ, ରଶ୍ମିତା ସେଠୀ, ଯୁବ ବିଜେଡି ସଭାପତି ପ୍ରୀତିରଞ୍ଜନ ବେହେରା, ଛାତ୍ର ବିଜେଡି ସଭାପତି ହିମାଂଶୁ ଶେଖର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଭୁବନେଶ୍ୱରରେ ଏକ ଆମ୍ବେଦକର ଭବନ ନିର୍ମାଣ ପାଇଁ ଦଳିତ ଆଦିବାସୀ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କୁ ଦାବିପତ୍ର ପ୍ରଦାନ କରଯାଇଥିଲା।

Comments are closed.