୧୪ ମିନିଟରେ ଧ୍ୱଂସ ହୋଇଥାନ୍ତା ହଙ୍ଗକଙ୍ଗ : ଟ୍ରମ୍ପ

ନୂଆଦିଲ୍ଲୀ : ମୁଁ ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ସହ କଥା ହୋଇନଥିଲେ ଚୀନ ସେନା ହଙ୍ଗକଙ୍ଗକୁ ୧୪ ମିନିଟ ମଧ୍ୟରେର ଧ୍ୱଂସ କରିଦେଇଥାନ୍ତା ବୋଲି ଶୁକ୍ରବାର ସ୍ପଷ୍ଟ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ଚୀନରେ ଚାଲିଥିବା ବିଦ୍ରୋହକୁ ନେଇ ମୁଁ ଚୀନର ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ସହ ଆଲୋଚନା କରିଥିଲି। ହଙ୍ଗକଙ୍ଗରେ ବିଦ୍ରୋହକାରୀଙ୍କ ପାଇଁ ଚୀନ ସେନା ନପଠାଇବା ପାଇଁ ଜିନପିଙ୍ଗଙ୍କୁ କହିଥିଲି। ନଚେତ ଚୀନ ସେନା ମାତ୍ର ୧୪ ମିନିଟରେ ହଙ୍ଗକଙ୍ଗକୁ ଧ୍ୱଂସ କରିଦେଇଥାନ୍ତା। ଟ୍ରମ୍ପ କହିଛନ୍ତି, ଜିନପିଙ୍ଗ ହଙ୍ଗକଙ୍ଗ ବାହାରେ ଲକ୍ଷାଧିକ ସେନା ଛିଡା କରିଛନ୍ତି। ମାତ୍ର ସେମାନେ ଭିତରକୁ ଯାଉନାହାନ୍ତି କାରଣ ମୁଁ ତାଙ୍କୁ ଏମିତି କରିବା ପାଇଁ ବାରଣ କରିଛି। ଏମିତି କରିବା ଦ୍ୱାରା ତୁମର ବଡ଼ ଭୁଲ ହେବ ବୋଲି ମୁଁ କହିଛି। ଏହାଦ୍ୱାରା ବାଣିଜ୍ୟ ବ୍ୟବସାୟ ଉପରେ ନକରାତ୍ମକ ପ୍ରଭାବ ପଡ଼ିବ।
ଦୀର୍ଘ ୫ ମାସ ଧରି ହଙ୍ଗକଙ୍ଗରେ ଗଣତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ ଚାଲିଛି । ଚୀନ୍‌ର ପିପୁଲ୍ସ ଲିବରେସନ୍‌ ଆର୍ମି କିଛିଦିନହେବ ଏହି ଆନ୍ଦୋଳନ ଦମନ ପାଇଁ ହଙ୍ଗକଙ୍ଗର କୋଲୁନ୍‌ ତଙ୍ଗଠାରେ ମୁତୟନ ହୋଇଥିବା ଦେଖିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ, ବ୍ରିଟିଶ କବଳରୁ ମୁକ୍ତ ହେବା ପରେ ହଙ୍ଗକଙ୍ଗ ସ୍ବାଧୀନ ଭାବେ ରହିବାକୁ ଚାହୁଁଥିବାବେଳେ ଚୀନ୍‌ ଏହାକୁ ନିଜ ଅଧୀନକୁ ନେବାକୁ ପ୍ରୟାସ ଜାରି ରଖିଛି। ବିଶେଷ ଭାବେ ହଙ୍ଗକଙ୍ଗ ପ୍ରଶାସନ ଜରିଆରେ ଏଠାରେ ଜାରି ହୋଇଥିବା ପ୍ରତ୍ୟର୍ପଣ ଆଇନକୁ ହଙ୍ଗକଙ୍ଗବାସୀ ବିରୋଧ କରୁଛନ୍ତି। ଏହାକୁ ବିରୋଧ ପୂର୍ବକ ସ୍ଥାନୀୟ ଯୁବକମାନେ ଆନ୍ଦୋଳନ ଚଳାଇଛନ୍ତି। କିଛିଦିନ ହେଲା ଏହା ହିଂସାତ୍ମକ ରୂପ ନେଇଛି।

kalyan agarbati

Comments are closed.