www.samajalive.in
Sunday, December 7, 2025
14.1 C
Bhubaneswar

୩୦ ଲୋକଙ୍କ ଜୀବନ ବଞ୍ଚାଇ ବିସ୍ଫୋରଣରେ ପ୍ରାଣ ହାରିଲା ପାଳିତ କୁକୁର

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବାନ୍ଦା ଜିଲାରେ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଏହି ଜିଲାର ଅତାରା ବିଜ୍ଞାପିତ ଅଞ୍ଚଳର ଏକ ପାଳିତ କୁକୁର ଯୋଗୁଁ ୩୦ ଲୋକଙ୍କ ଜୀବନ ବଞ୍ଚିଯାଇଛି। ସୂଚନା ଅନୁସାରେ ଅତାରା ବିଜ୍ଞାପିତ ଅଞ୍ଚଳସ୍ଥିତ ଏକ କୋଠାରେ ଗୁରୁବାର ରାତିରେ ନିଆଁ ଲାଗିଯାଇଥିଲା। ସେହି କୋଠାରେ ରହୁଥିବା ଜଣଙ୍କ ପାଳିତ କୁକୁର ଭୁକି ଭୁକି ଲୋକଙ୍କୁ ସତର୍କ କରାଇଥିଲା। ଫଳରେ ଲୋକେ ଘରୁ ପଦାକୁ ବାହାରି ଜୀବନ ରକ୍ଷା କରିଥିଲେ। ମାତ୍ର ସେଠାରେ ଏକ ସିଲିଣ୍ଡର ବିସ୍ଫୋରଣରେ କୁକୁରଟି ପ୍ରାଣ ହରାଇଛି।
ପୁଲିସ୍‍ କହିବା ଅନୁସାରେ କୋଠାର ତଳ ମହଲାରେ ଥିବା ଏକ ଫର୍ଣ୍ଣିଚର ଦୋକାନରେ ନିଆଁ ଲାଗିଥିଲା। ପର୍ଣ୍ଣିଚର ଦୋକାନରୁ ଧୂଆଁ ବାହରୁଥିବା ଦେଖି କୁକୁରଟି ଜୋରେ ଜୋରେ ଭୁକିଥିଲା। କୋଠାରେ ଉପର ମହଲାରେ ରହୁଥିବା ନିଜ ମାଲିକ ପରିବାର ଲୋକଙ୍କୁ ସତର୍କ କରାଇବାକୁ ପାଳିତ କୁକୁରରଟି ଭୁକି ଚାଲିଥିଲା। କୁକୁର ଯୋଗୁଁ କୋଠରେ ରହୁଥିବା ତାର ମାଲିକ ଓ ଅନ୍ୟ ଲୋକମାନେ ସତର୍କ ହୋଇଯାଇଥିଲେ। କିଛି ସମୟ ମଧ୍ୟରେ ସେମାନେ ଘରୁ ବାହାରକୁ ଯାଇ ଜୀବନ ରକ୍ଷା କରିଥିଲେ। ହେଲେ ସେଠାରେ ଥିବା ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ କୁକୁରଟି ପ୍ରାଣ ହରାଇଛି। ଅଗ୍ନିକାଣ୍ଡରେ କୋଠାର ୪ଟି ମହଲା କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଲୋକମାନେ କକୁରକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories