www.samajalive.in
Sunday, December 7, 2025
23.1 C
Bhubaneswar

ଗଳା ଯନ୍ତ୍ରଣା ହେବାରୁ ଡାକ୍ତରଙ୍କ ପାଖକୁ ଗଲେ, ଟନ୍‍ସିଲ୍‍ରୁ ଯାହା ବାହାରିଲା ଦେଖିଲେ ଚମକି ପଡ଼ିବେ

ନୂଆଦିଲ୍ଲୀ: ଜଣେ ମହିଳା ଗଳଳାରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଙ୍କ ନିକଟକୁ ଗଲେ। ସେ ଭାବିଥିଲେ ଥଣ୍ଡା କିମ୍ବା ଟନ୍‍ସିଲ୍‍ ସଂକ୍ରମଣ କାରଣରୁ ଏପରି ହେଉଥିବ। ମାତ୍ର ତାଙ୍କ ଗଳାରୁ ଯାହା ବାହାରିଲା ତାକୁ ଦେଖି ମହିଳାଙ୍କ ସମେତ ଡାକ୍ତର ମଧ୍ୟ ଚମକି ପଡ଼ିଥିଲେ। ମହିଳାଙ୍କ ଟନ୍‍ସିଲ୍‍ରୁ ବାହାରିଥିଲା ୧.୫ ଇଞ୍ଚ ଲମ୍ବା ଓ ୧ ମିମି. ଚଉଡ଼ାରର ଜିଆ ସଦୃଶ ଏକ ଜୀବନ୍ତ କୀଟ(ବ୍ଳାକ୍‍ ୱାର୍ମ)।

ସୂଚନା ଅନୁସାରେ, ଜାପାନର ଟୋକିଓ ସହରରେ ବାସ କରୁଥିବା ଜଣେ ୨୫ ବର୍ଷିୟା ମହିଳା ଗଳାରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଖାନା ଯାଇଥିଲେ। ସେଠାରେ ଅନେକ ପରୀକ୍ଷା ନୀରିକ୍ଷା ପରେ ଡାକ୍ତର ଜାଣିବାକୁ ପାଇଥିଲେ ଯେ ମହିଳାଙ୍କ ବାମ ଟନ୍‍ସିଲ୍‍ରେ ଏକ ଲମ୍ବା କୀଟ ରହିଛି। ଏହାପରେ ଡାକ୍ତର ଜୀବନ୍ତ ଅବସ୍ଥାରେ ଥିବା ସେହି କୀଟକୁ ତାଙ୍କ ଗଳାରୁ ବାହାର କରିଥିଲେ।

- Advertisement -

ତେବେ ଏତେ ବଡ଼ କୀଟ କିପରି ଗଳାରେ ପ୍ରବେଶ କଲା କିମ୍ବା ଜନ୍ମ ହେଲା ତାହା କେହି ବୁଝି ପାରୁନଥିଲେ। ପରେ ଜଣା ପଡିଲା ଯେ ମହିଳା ଜଣକ ପାଞ୍ଚ ଦିନ ପୂର୍ବରୁ ସାଶିମି ନାମକ ଏକ ଖାଦ୍ୟ ଖାଇଥିଲେ । ଏହି ଖାଦ୍ୟ କଞ୍ଚା ମାଂସ କିମ୍ବା ମାଛରେ ତିଆରି ହୋଇଥାଏ । ସାଶିମି ଜାପାନରେ ଏକ ଭଲ ଖାଦ୍ୟ ଭାବରେ ବିବେଚନା କରାଯାଏ । ଏହା କଞ୍ଚା ହୋଇଥିବା ହେତୁ ଏଥିରେ ଥିବା କୀଟପତଙ୍ଗ ବୋଧହୁଏ ମଣିଷ ଶରୀରକୁ ଯାଇଥାଆନ୍ତି। ମହିଳାଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା । ଏହାକୁ ଖାଇବାର ପାଞ୍ଚ ଦିନ ପରେ ମହିଳାଙ୍କ ଗଳା ଯନ୍ତ୍ରଣା ହୋଇଥିଲା। ଯେଉଁଥିପାଇଁ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories