ସଫଳତା ମନ୍ତ୍ର….

ମାନସିକ ଶକ୍ତିକୁ ମଜଭୁତ କରିବ ଏହି ଟିପ୍ସ

ସମାଜ ପୋର୍ଟାଲ ଡେସ୍କ: ସଫଳତା ପାଇବା ପାଇଁ ମାନସିକ ଶକ୍ତି ମଜଭୁତ ହେବା ଆବଶ୍ୟକ। ମାନସିକ ସ୍ତରରେ ଦୁର୍ବଳ ରହିଲେ ଯେତେ ଚେଷ୍ଟା କଲେ ମଧ୍ୟ ସଫଳତା ମିଳି ନ ଥାଏ। ଆଜି ଆମେ ଆପଣଙ୍କୁ ଏପରି ୫ଟି ଟିପ୍ସ ବିଷୟରେ କହିବୁ ଯାହା ଆପଣଙ୍କୁ ମାନସିକ ସ୍ତରରେ ମଜଭୁତ କରିବ। ଫଳରେ ଆପଣ ସବୁ ସମସ୍ୟା ଓ ଚ୍ୟାଲେଞ୍ଜକୁ ସାମ୍ନା କରିପାରିବେ।

ନିଜକୁ ନିଜେ ଭୁଲ୍‍ ପ୍ରମାଣିତ କରନ୍ତୁ:

ପ୍ରତ୍ୟେକ ଥର କିଛି ଭଲ କରିବା ପାଇଁ ନିଜକୁ ଭୁଲ୍‍ ପ୍ରମାଣିତ କରନ୍ତୁ। ଅର୍ଥାତ୍‍ ନିଜର ପୂର୍ବ ସଫଳତାକୁ ଭୁଲ୍‍ ପ୍ରମାଣିତ କରି ତା’ଠାରୁ ଭଲ କରିବାକୁ ଚେଷ୍ଟା କରନ୍ତୁ।

ପ୍ରତ୍ୟେକ ଦିନ କିଛି ଜଟିଳ ବା କଷ୍ଟ କାମ କରନ୍ତୁ:

ଆପଣ ହଠାତ୍‍ ଭଲ ହୋଇପାରିବେ ନାହିଁ ବରଂ ଏହା ଏକ ନିରନ୍ତର ଚାଲିବା ପ୍ରକ୍ରିୟା। ନିଜ ସୀମାକୁ ଚିହ୍ନି ତାକୁ ନିଜ ବନ୍ଧନ ହେବାକୁ ଦିଅନ୍ତୁ ନାହିଁ, ସମ୍ଭାବନାକୁ ସାକାର କରନ୍ତୁ। ପ୍ରତ୍ୟେକଦିନ ଏପରି କିଛି କାମ କରନ୍ତୁ ଯାହା ଆପଣଙ୍କୁ କଷ୍ଟ ଲାଗୁଥିବ।

ନିଜ ଉଦ୍ଦେଶ୍ୟ ପୁରା କରନ୍ତୁ:

ଜୀବନରେ ଆପଣଙ୍କ ଉଦ୍ଦେଶ୍ୟ କ’ଣ? ତାକୁ ପୁରା କରିବା ପାଇଁ ଆପଣ କି ପଦକ୍ଷେପ ଗ୍ରହଣ କରୁଛନ୍ତି? ନିଜକୁ ଏହି ପ୍ରଶ୍ନ ନିଶ୍ଚୟ କରନ୍ତୁ। ବଡ଼ ସଫଳତା ବ୍ୟତୀତ ପ୍ରତ୍ୟେକଦିନ ଛୋଟ ଛୋଟ ଉଦ୍ଦେଶ୍ୟ ପୁରା କରିବା ଦିଗରେ ମଧ୍ୟ ଧ୍ୟାନ ଦିଅନ୍ତୁ।

ବ୍ୟାଖ୍ୟା କରନ୍ତୁ, ବାହାନା ନୁହେଁ:

କୌଣସି କାମ ପୁରା ନ ହେବା ପଛରେ କ’ଣ କାରଣ ରହିଲା, ଏନେଇ ବାହାନା କରିବା ପରିବର୍ତ୍ତେ ତାକୁ ବ୍ୟାଖ୍ୟା କରନ୍ତୁ। ନିଜ ଭୁଲ୍‍କୁ ମାନନ୍ତୁ, ଯଦ୍ୱାରା ଭବିଷ୍ୟତରେ ତାକୁ ଆଉ ଦୋହରାଇବେ ନାହିଁ।

Comments are closed.