www.samajalive.in
Saturday, December 6, 2025
14.1 C
Bhubaneswar

ବୁର୍ଲା ସହର କରୋନା ସଂକ୍ରମିତଙ୍କ ତାଲିକାରେ ବିଷ୍ଫୋଟକ ସ୍ଥିତି….

ବୁର୍ଲା: ବୁର୍ଲା ସହରରେ କରୋନା ପଜିଟିଭ ଚିହ୍ନଟ ହେଲା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଓ ବଫର ଜୋନ୍‍ ଘୋଷଣା କରାଯାଇଛି। କରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁର୍ଲାର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‍ ଘୋଷଣା କରାଯାଇଛି। ବୁ୍‍ର୍ଲାର ୱାର୍ଡ ନମ୍ବର ୪ର ଗୁରୁଦ୍ୱାର କଲୋନୀ, ଓାର୍ଡ ନମ୍ବର ୭ର ତେଲଗୁପଡାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏହି ସବୁ ଅଞ୍ଚଳ ଆସନ୍ତାକାଲି ସକାଳ ୭ଟାରୁ କଣ୍ଟେନମେଣ୍ଟ ଜୋନ ଭାବେ ବିବେଚନା କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ଏହାସହ ବୋର୍ଡ଼ କଲୋନିର ଇ ଓ ଏଫ ଟାଇଫ କ୍ୱାଟର ଲାଇନ୍‍ ଯାହା ଓାର୍ଡ ନମ୍ବର ୪ରେ ରହିଛି। ୭ ନମ୍ବରରେ ରହିଥିବା ନୁଆପଡ଼ା ଓଏଚ୍‍ପିସି କଲୋନୀ, ଫ୍ରେଣ୍ଡସ କଲୋନି, ବିନାୟକ ହସ୍ପିଟାଲ ଏବଂ ସୌରଭ ବିହାର ଆଦି ଅଞ୍ଚଳକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି। ତେବେ କଣ୍ଟେନମେଣ୍ଟ ଜୋନ ଏବଂ ବଫର ଜୋନ ଅଞ୍ଚଳରେ କୌଣସି ଯାନ ବାହାନ ଚଳାଚଳ କରିବ ନାହିଁ। ଯଦି ଏହି ଅଞ୍ଚଳରେ ବାସ କରୁଥିବା କୌଣସି ବ୍ୟକ୍ତି ବେଶେଷଙ୍କ ଗୁରୁତର ସ୍ୱାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି ହୁଏ ତେବେ ବୁର୍ଲା ଥାନାଧିକାରୀଙ୍କ ପରାମର୍ଶରେ ସ୍ୱିକୃତୀପ୍ରାପ୍ତ ଯାନ ପ୍ରବେଶ କରିପାରିବ। ଏଥିସହିତ ଏହି ଅଞ୍ଚଳଗୁଡିକର ଦାୟିତ୍ୱରେ ଥିବା ପୁଲିସ, ମେଡିକାଲ ଦଳ ଏବଂ ଏମଏମସି କର୍ମଚାରୀମାନେ ତେଲୁଗୁପଡା ଏବଂ ଗୋପବନ୍ଧୁଛକ ଠାରେ ରହିବେ। ଏହାପରେ କଣ୍ଟେନମେଣ୍ଟ ଜୋନ ଏବଂ ବଫର ଜୋନ ଅଞ୍ଚଳରେ ରହୁଥିବା ଲୋକେ ଘରୁ ବାହାରକୁ ବାହାରି ପାରିବେ ନାହିଁ, ଏହି ଅଞ୍ଚଳ ମଧ୍ୟରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଏହି ସମୟରେ କୌଣସି ଜରୁରୀ ଜିନିଷ ଏବଂ କିଛି ସ୍ୱାସ୍ଥ୍ୟ ସେବାର ଦରକାର ପଡେ ତେବେ ସେହି ସବୁ ବ୍ୟବସ୍ଥା ମହାନଗର ନିଗମ ତରଫରୁ ଯୋଗାଇ ଦିଆଯିବ। ଏଥିସହିତ କଣ୍ଟେନମେଣ୍ଟ ଜୋନକୁ ଲାଗି ରହିଥିବା ସମସ୍ତ ସରକାରୀ ଏବଂ ବେସରକାରୀ କାର୍ୟ୍ୟାଳୟ ବନ୍ଦ ରହିବ। ଉଭୟ ଜୋନରେ ବସବାସ କରୁଥିବା ଲୋକେ ମାସ୍କ ପରିଧାନ ଏବଂ ସାମାଜିକ ଦୂରତ୍ୱ ରାକ୍ଷା କରିବା ବାଧ୍ୟତାମୂଳକ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ନିର୍ଦେଶ ଜାରି କରାଯାଇଛି। ବୁର୍ଲା ସହରର ବିଭିନ୍ନ ସ୍ଥାନରେ ଚାରି ପ୍ଲାଟୁନ ପୁଲିସ ବଳ ମୁତୟନ ରହିବା ସହିତ କଣ୍ଟେନମେଣ୍ଟ ଏବଂ ବଫର ଜୋନରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories