www.samajalive.in
Monday, December 15, 2025
24.1 C
Bhubaneswar

କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନ୍‌କାଉଣ୍ଟର

ଢେଙ୍କାନାଳ: କୁଖ୍ୟାତ ଅପରାଧୀ ଦେବାଶିଷ ବେହେରା ଓରଫ ହୁଣ୍ଡ କୁ ପୁଲିସର ଏନକାଉଣ୍ଟର। ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ସଦର ଥାନା ମଙ୍ଗଳପୁର ନିକଟରେ ପୁଲିସ୍ ଏନକାଉଣ୍ଟର କରିଛି।  ଏଥିରେ କୁଖ୍ୟାତ ଅପରାଧୀ ହୁଣ୍ଡ ଆହତ ହୋଇଥିବା ସୂଚନା ମିଳିଛି। ତାର ଡାହାଣ ଗୋଡରେ ଗୁଳି ବାଜିଛି। ତାକୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ଯୋଜନାବଦ୍ଧ ଭାବେ ହତ୍ୟା ପାଇଁ ଯାଉଥିଲା ହୁଣ୍ଡ । ପରେ କୌଣସି ବିଶେଷସୂତ୍ରରୁ ଖବର ପୁଲିସ ତାକୁ ଗୋଡାଇଥିଲା । ସେ ପୁଲିସ୍ ଉପରକୁ ଗୁଳି ଚଳାଇବାକୁ ଉଦ୍ୟମ କରିବା ବେଳେ ପୋଲିସର ପାଲଟା ଗୁଳିରେ ସେ ଆହତ ହୋଇଛି । ହୁଣ୍ଡ ନାଁରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଥିବା ଜଣାପଡିଛି। ହତ୍ୟା, ଚୋରି , ଡକାୟତି ଭଳି ମାମଲାରେ ତାର ସମ୍ପୃକ୍ତି ରହିଥିବା ପୁଲିସ୍ ଦେଇଛି। କିଙ୍ଗ୍‌ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍ ର ମାଷ୍ଟର ମାଇଣ୍ଡ ଥିଲା ହୁଣ୍ଡ।

 

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories