www.samajalive.in
Sunday, December 7, 2025
26.1 C
Bhubaneswar

ଜିଲା ଶିକ୍ଷା ଅଧିକାରୀଙ୍କ ୪ ବିଦ୍ୟାଳୟ ପରିଦର୍ଶନ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ

ପାଟଣା: ଦୀର୍ଘ ୯ ମାସ ବ୍ୟବଧାନ ପରେ ଆଜି ସ୍କୁଲ ଖୋଲିଲା। ପ୍ରଥମ ଦିନରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୪ଟି ବିଦ୍ୟାଳୟର ବିଦ୍ୟାଳୟକୁ ସଫାସୁତୁରା ରଖିବା ସାଙ୍ଗକୁ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାରୀ ନିୟମ ଅନୁପାଳନ କରିବା ନିମେନ୍ତ ସରକାର ନିର୍ଦେଶ ଜାରି କରିଛନ୍ତି। ଏଥିରେ ଯେଉଁମାନେ ବ୍ୟତିକ୍ରମ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିୟମ ରହିଛି। ଏହି ପରିପ୍ରେକ୍ଷୀରେ ଆଜି ପାଟଣା ବ୍ଲକ ଅଞ୍ଚଳର ୪ଟି ବିଦ୍ୟାଳୟ ସଫାସୁତୁରା ନ ଥିବା ଏବଂ ସରକାରୀ ନିୟମ ପାଳନ କରୁନଥିବା ଅଭିଯୋଗରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଏକ ମାସର ଦରମା ବନ୍ଦ କରାଯାଇଛି। ପାଟଣା ବ୍ଲକର ୪ଟି ସ୍କୁଲ ପରିଦର୍ଶନ ସମୟରେ ଜିଲା ଶିକ୍ଷାଧିକାରୀ ପରିଦର୍ଶନ ସମୟରେ ବିଦ୍ୟାଳୟ ସଫାସୁତୁରା ନ ଥିବା ଏବଂ ସରକାରୀ ନିୟମ ମାନୁନଥିବା ଦେଖି ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଏକ ମାସର ଦରମା ବନ୍ଦ କରିଦେଇଛନ୍ତି।

ଆଜି ପାଟଣା ବ୍ଲକ ଅଞ୍ଚଳର ବିଦ୍ୟାଳୟ ପରିଦର୍ଶନ ସମୟରେ ଚାରୋଟି ଉଚ୍ଚବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ମାସକ ପାଇଁ ଦରମା ବନ୍ଦ ନିର୍ଦେଶ ଦେଇଛନ୍ତି ଜିଲା ଶିକ୍ଷାଧିକାରୀ ସଂଗ୍ରାମ କେଶରୀ ସାହୁ। ଆଜି ଜିଲା ଶିକ୍ଷାଧିକାରୀ ସଂଗ୍ରାମ କେଶରୀ ସାହୁଙ୍କ ସହ ଡିପିସି ପୂର୍ଣ୍ଣଚନ୍ଦ୍ର ସେଠୀ ଜିଲା ବିଜ୍ଞାନ ପରିଦର୍ଶକ କୃଷ୍ଣ ଚନ୍ଦ୍ର ମହାନ୍ତ ପ୍ରମୁଖଙ୍କ ମିଳିତ ପରିଦର୍ଶନ ସମୟରେ ଖିରେଇଟାଙ୍ଗିରୀ ଉଚ୍ଚବିଦ୍ୟାଳୟ, ଯମୁନାପଶି ବିଶେଇପାଟ ହାଇସ୍କୁଲ, ବଲାଣୀପଶି ପିଏମ୍‌ବି ବିଦ୍ୟାପୀଠ ଓ ଡେଣୁଆ ଝାଲମଣୀ ସରକାରୀ ଉଚ୍ଚବିଦ୍ୟାଳୟ ପରିଦର୍ଶନ ସମୟରେ ବିଦ୍ୟାଳୟର ପରିଷ୍କାର ପରିଚ୍ଛନ୍ନତା ଠିକ ଠାକ୍ ନଥିବା ସହ ସରକାରୀ ନିୟମ ଉଲ୍ଲଙ୍ଘନ କରାଯାଇଥିବା ନଜରକୁ ଆସିଥିଲା। ଏହାପରେ ଜିଲା ଶିକ୍ଷାଧିକାରୀ ଶ୍ରୀ ସାହୁ ଉପରୋକ୍ତ ଚାରୋଟି ଉଚ୍ଚବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଏକମାସ ପାଇଁ ଦରମା ବନ୍ଦ ନିର୍ଦେଶ ଦେଇଥିବା ଜଣା ପଡ଼ିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories