www.samajalive.in
Sunday, December 7, 2025
13.1 C
Bhubaneswar

ଦୀପାବଳିରେ ଆଣନ୍ତୁ ଏହି ଜିନିଷ; ସୁଖସମୃଦ୍ଧିରେ ପୂରି ଉଠିବ ଘର

ଦୀପାବଳିରେ ମା’ଙ୍କ ଲକ୍ଷ୍ମୀଙ୍କ ପୂଜାର ବିଶେଷ ବିଧାନ ରହିଛି। ଯାହାର ପାଳନ କଲେ ମା’ ପ୍ରସନ୍ନ ହୋଇ ଭକ୍ତଙ୍କର ଧନ ସହ ଜଡ଼ିତ ସମସ୍ୟାର ସମାଧାନ କରିଥାଆନ୍ତି। ତେଣୁ ସଭିଏଁ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିଥାଆନ୍ତି। ଏହି କାରଣରୁ ଧନତେରାସ ଦିନ ସୁନା-ଚାନ୍ଦି, ବହୁ ଧାତୁ ଓ ଅନ୍ୟାନ୍ୟ ଜିନିଷ କିଣିଥାଆନ୍ତି। ମାତ୍ର କେତେକ ଛୋଟ ଜିନିଷ ରହିଛି ଯାହାକୁ ଦୀପାବଳି ଦିନ କିଣିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ ଓ ଗୃହରେ ବର୍ଷସାରା ଟଙ୍କାପଇସାର ଅଭାବ ହୋଇନଥାଏ , ସୁଖଶାନ୍ତିରେ ଘର ପୂରି ଉଠେ ଜାଣନ୍ତୁ ….
ଧାତୁ କଇଁଛ –
ଅଧିକାଂଶ ଲୋକେ ଜାଣିଥିବେ ଯେ, ପିତ୍ତଳ ଧାତୁରେ ନିର୍ମିତ କଇଁଛ ପେଙ୍ଗସୁଇ ଅନୁଯାୟୀ ଶୁଭ। ମାତ୍ର ବାସ୍ତୁ ଶାସ୍ତ୍ରରେ କଇଁ ଏକ ବିଶେଷ ସ୍ଥାନ ରହିଛି। ଧାତୁରେ ନିର୍ମିତ କଇଁଛ ଦୀପାବଳିରେ କିଣି ଘରକୁ ଆଣିଲେ ଗୃହର ବହୁ ବାଧାବିଘ୍ନ ଦୂର ହୋଇଥାଏ। ଏହାକୁ ସୁଖଶାନ୍ତିର ପ୍ରତୀକ ବୋଲି ମଧ୍ୟ କୁହାଯାଏ।
ପିତ୍ତଳର ପିରାମିଡ଼ –
ଦୀପାବଳିରେ ପିତ୍ତଳ କିମ୍ବା ତମ୍ବାରେ ନିର୍ମିତ ପିରାମିଡ଼ କିଣି ଆଣନ୍ତୁ। ଏହାକୁ ଘରର ସେ ସ୍ଥାନରେ ରଖନ୍ତୁ ଯେଉଁଠାରେ ପରିବାର ସଦସ୍ୟ ଅଧିକ ସମୟ ଅତିବାହିତ କରୁଛନ୍ତି। ଏପରି କରିବା ଦ୍ୱାରା ଧନ ବୃଦ୍ଧି ସହ ପରସ୍ପର ମଧ୍ୟରେ ହସଖୁସିର ବାତାବରଣ ରହିଥାଏ।
ମାଟି ସୁରେଇ –
ଦୀପାବଳି ଦିନ ମାଟିର ଏକ ସୁରେଇ କିମ୍ବା ମାଠିଆ କିଣି ପାଣି ଭର୍ତ୍ତି କରି ଘରର ଉତ୍ତର ଦିଗରେ ରଖନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଘରେ କଦାପି ଟଙ୍କାର ଅଭାବ ହେବ ନାହିଁ। ମାତ୍ର ଏହାକୁ ଖାଲି ରଖନ୍ତୁ ନାହିଁ।
ମୟୂର ପୁଚ୍ଛ –
ଦୀପାବଳି ଦିନ ମୟୂର ପୁଚ୍ଛ ଆଣି ଏହାକୁ ଘରର କିମ୍ବା ଦୋକାନରେ ଦକ୍ଷିଣ-ପୂର୍ବ ଦିଗରେ ରଖନ୍ତୁ। ଏପରି କରିବା ଦ୍ୱାରା ଗୃହର ଆର୍ଥିକ ସମସ୍ୟା ଦୂର ହୋଇଥାଏ।
ମା’ଲକ୍ଷ୍ମୀ ଓ କୁବେରଙ୍କ ଫଟୋ –
ଦୀପାବଳି ଦିନ ଘରର ମୁଖ୍ୟ ଦ୍ୱାରରେ ମା’ଲକ୍ଷ୍ମୀ ଓ କୁବେରଙ୍କ ଏକ ଫଟୋ କିଣି ଲଗାନ୍ତୁ। ଏପରି କରିବା ଦ୍ୱାରା ଗୃହରେ ଆର୍ଥିକ କ୍ଷେତ୍ରରେ ବୃଦ୍ଧି ହୋଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories