www.samajalive.in
Sunday, December 7, 2025
13.1 C
Bhubaneswar

ନିଲାମ ହେବ ଦୁର୍ଲଭ ‘ଗୋଲାପି ହୀରା’

ବିଶ୍ବର ସବୁଠୁ ନାମୀ ନିଲାମୀ ସଂସ୍ଥା ଭାବେ ‘କ୍ରିଷ୍ଟି’ର ଖୁବ୍ ଖ୍ୟାତି ରହିଛି। ପ୍ରାଚୀନ ଜିନିଷ ସହ ଦାମୀ ଅଳଙ୍କାର, ହୀରା ପୂର୍ବରୁ ଅନେକଥର କ୍ରିଷ୍ଟି ନିଲାମ କରିସାରିଛି। ବିଶ୍ବର ପ୍ରମୁଖ ରାଜପରିବାର ଓ ଧନିକ ଗୋଷ୍ଠୀ ହିଁ ଏହି ନିଲାମରେ ଅଂଶଗ୍ରହଣ କରନ୍ତି। ମଙ୍ଗଳବାର କ୍ରିଷ୍ଟି କତ୍ତୃପକ୍ଷ ଘୋଷଣା କରିଛନ୍ତି, ୨୫୦ ବର୍ଷ ପୁରାତନ ଦୁର୍ଲଭ ଗୋଲାପୀ ହୀରାର ଖୁବ୍ ଶୀଘ୍ର ନିଲାମ ଡାକରା ହେବ। ଏଥିନିମନ୍ତେ କେତେକ ରାଜପରିବାର ଓ ସମ୍ଭ୍ରାନ୍ତ ବର୍ଗଙ୍କୁ ବାର୍ତ୍ତା ପ୍ରେରଣ ହୋଇସାରିଛି। ୧୯ କ୍ୟାରଟ୍‌ର ଏହି ଗୋଲାପୀ ହୀରା ସୁଇଜରଲ୍ୟାଣ୍ଡର ଜେନେଭାରେ ହେବ ବୋଲି ସ୍ଥିର ହୋଇଛି। କ୍ରିଷ୍ଟି ନିଲାମ କରିଥିବା ଏଯାବତ୍ ବିଭିନ୍ନ ପ୍ରକାରର ହୀରା ମଧ୍ୟରୁ ଏହା ସବୁଠୁ ଦାମୀ ହୀରା ଅଟେ। ହୀରାର ନିଲାମ ଡାକରା ୩୦ ମିଲିୟନ୍‌ରୁ ୫୦ ମିଲିୟନ୍‌ ହେବ ବୋଲି କର୍ତ୍ତୃପକ୍ଷ ଆଶାପୋଷଣ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories