ଆମେରିକା ବିମାନକୁ ଚୀନ୍ କରୁଛି ଲେଜର ମାଡ ଅଭିଯୋଗ, ଅସ୍ୱୀକାର କଲା ବେଜିଂ
ଓ୍ୱାଶିଂଟନ: ଆମେରିକାର ବିମାନମାନଙ୍କୁ ଚୀନ୍ ପକ୍ଷରୁ ଲେଜର ରଶ୍ମୀ ମାଡ କରୁଥିବା ଅଭିଯୋଗ ହୋଇଛି । ଆମେରିକା ପକ୍ଷରୁ ଚୀନ୍ ସରକାରଙ୍କୁ ଏ ବିଷୟରେ ଅଭିଯୋଗ ଜଣାଇ ଦିଆଯାଇଛି । ଆମେରିକାର ଡିଜିବୌଟି ସୈନ୍ୟ ଛାଉଣୀରୁ ଉଡାଣ ଭରୁଥିବା ବିମାନ ଉପରେ ଚୀନ୍ ପକ୍ଷରୁ ଲେଜର୍ ମାଡ କରାଯାଉଥିବା ଅଭିଯୋଗ ହୋଇଛି । ଏଥିରେ ୨ ଜଣ ପାଇଲଟ୍ ଆହତ ହୋଇଥିହା ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ପକ୍ଷରୁ କୁହାଯାଇଛି ।
ଚୀନ୍ର କିଛି ନାଗରିକ ବିମାନ ଉପରକୁ ଲେଜର ମାଡ କରୁଥିବା ଅଭିଯୋଗ ହୋଇଛି । ପେଣ୍ଟାଗନ୍ର ମହିଳା ମୁଖପାତ୍ର ଡେନା ହ୍ୱାଇଟ୍ ଏ ବିଷୟରେ ସୂଚନା ଦେଇଛନ୍ତି । ମାତ୍ର ଚୀନ୍ ପକ୍ଷରୁ ଏହି ଅଭିଯୋଗ ଖଣ୍ଡନ କରାଯାଇଛି । ଚୀନ୍ ଏ ବିଷୟରେ ତଦନ୍ତ କରୁ ବୋଲି ଆମେରିକା କହିଛି । ଗତ ସମପ୍ତାହରେ ଏପରି ୧୦ ଟି ଘଟଣା ଘଟିଥିବା ପେଣ୍ଟାଗନ ପକ୍ଷରୁ ଅଭିଯୋଗ କରାଯାଇଛି । ଲେଜର୍ ଆକ୍ରମଣ ମଲିଟାରୀ ଗ୍ରେଡର । ଏହା ଅନ୍ୟର କ୍ଷତି କରିବା ପାଇଁ ସମର୍ଥ ବୋଲି ଆମେରିକା କହିଛି । ଏଥି ଯୋଗୁଁ ଚୀନ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଅଭିଯୋଗ ଭିତ୍ତିହୀନ ବୋଲି ପ୍ରକାଶ କରିଛି । ଚୀନ୍ ବୈଦେଶିକ ମନ୍ତ୍ରାଳୟ ମୁକପାତ୍ର ହୁଆ ଛୁନିଙ୍ଗ ଏହକୁ ଭିତ୍ତିହୀନ ବୋଲି କହିଛନ୍ତି ।