ଲୋପ ପାଇ ପାରନ୍ତି ଏହି ସବୁ ଜୀବ ଜନ୍ତୁ
ଜୁନ୍ ୫ରେ ବିଶ୍ବସ୍ତରରେ ପର୍ଯ୍ୟାବରଣ ଦିବସ ପାଳିତ ହୋଇଯାଇଛି। ପ୍ରତ୍ୟେକ ବର୍ଗର ଲୋକେ ପରିବେଶ ପ୍ରତି ସଚେତନ ରହିବା ସହ ପଶୁପକ୍ଷୀ ଶିକାର ନ କରି ବରଂ ସେମାନଙ୍କ ବଂଶବୃଦ୍ଧି କରିବା ନିମନ୍ତେ ଯଥୋଚିତ ପଦକ୍ଷେପ ନେବା ଆବଶ୍ୟକ, ଏହା ହିଁ ପରିବେଶ ଦିବସ ପାଳନର ମୂଳ ଲକ୍ଷ୍ୟ। ଜାତିସଂଘ ଆନୁକୂଲ୍ୟରେ ପାଳିତ ହେଉଥିବା ଏଇ ଦିବସରେ ଏକ ସର୍ବେକ୍ଷଣ ମଧ୍ୟ ହୋଇଥିଲା।
ଦୁର୍ଲଭ ପ୍ରଜାତିର ଲାଲ ପାଣ୍ଡା ନେପାଳ, ଭୁଟାନ୍, ଲାଓସ୍, ଚୀନ୍ ବାଦ୍ ଭାରତର ଦାର୍ଜିଲିଂ, ସିକିମ୍, ଅରୁଣାଚଳ ପ୍ରଦେଶ, ମେଘାଳୟର ଘଞ୍ଚ ଅରଣ୍ୟରେ ଦେଖାଯାନ୍ତି। ଲାଲ ରଙ୍ଗର ଏଇ ପ୍ରାଣୀର ସଂଖ୍ୟା ଏବେ ହାତଗଣତି। ବଣଜଙ୍ଗଲ କାଟି ପଦା ହେବା ସହ ଶିକାର କାରଣରୁ ଏମାନଙ୍କ ସଂଖ୍ୟା ହ୍ରାସ ପାଉଛି। ଏହା ସହ ଲାଲ ପାଣ୍ଡା ଦଳବଦ୍ଧ ହୋଇ ରହନ୍ତି। ସାଥିର ମୃତ୍ୟୁରେ ଏମାନେ ଝୁରିଝୁରି ପ୍ରାଣ ହରାଉଥିବାର ବିଶେଷଜ୍ଞ ପ୍ରକାଶ କରିଛନ୍ତି।
ଭାରତର ଜଙ୍ଗଲୀ କୁକୁର ଭାବେ ଢୋଲ କୁକୁର ମଧ୍ୟ ଅଳ୍ପ ବର୍ଷ ପରେ ନିଶ୍ଚିହ୍ନ ହେବା ଥୟ ବୋଲି ବିଭିନ୍ନ ସଂସ୍ଥା ତରଫରୁ କୁହାଯାଇଛି।
କୁକୁରର ହିଂସ୍ର ଆକ୍ରମଣାତ୍ମକ ପ୍ରବୃତ୍ତି କାରଣରୁ ଜନବହୁଳ ସ୍ଥାନରେ ଏମାନଙ୍କୁ ମାରିଦିଆଯାଏ। ଢୋଲର ସଂଖ୍ୟା ପୂରା ଭାରତରେ ଅତିବେଶୀରେ ୫୦ରୁ ଅଧିକ ହେବ ନାହିଁ ବୋଲି ବିଶେଷଜ୍ଞ ଦଳଙ୍କ ମତ।