www.samajalive.in
Monday, December 15, 2025
24.1 C
Bhubaneswar

କାମାକ୍ଷାନଗର ବାଣ ବିସ୍ଫୋରଣ, ଜଣେ ଗୁରୁତର ମୃତ

କାମାକ୍ଷାନଗର: ଦୀପାବଳିରେ ବଡ଼ସୁଆଁଳ ଗାଁରେ ବାଣ ଦୋକାନରେ ବିସ୍ଫୋରଣ ଘଟଣାରେ ୩ ଜଣ ଗୁରୁତର ଆହତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ପିତା ଦୁଷ୍ମନ୍ତ (୫୨)। ସୂଚନା ମୁତାବକ, ବଡ଼ସୁଆଳୋ ଗ୍ରାମରେ ଏକ ବାଣ ଦୋକାନରେ ସେହି ଗ୍ରାମର ଦୁଷ୍ମନ୍ତ ନାୟକ ଓ ତାଙ୍କ ୯ ବର୍ଷର ପୁଅ ପ୍ରତୀକ ବାଣ କିଣୁଥିଲେ। ସେହି ସମୟରେ ବାଣ ଦୋକାନରେ ବିସ୍ଫୋରଣ ଘଟିଥିଲା। ଫଳରେ ବାପ ପୁଅଙ୍କ ସହିତ ଦୋକାନକୁ ବାଣ କିଣିବାକୁ ଯାଇଥିବା ବିଷ ପାଳଙ୍କ ୧୧ ବର୍ଷର ଝିଅ ଅନୁଷ୍କା ଗୁରୁତର ଭାବେ ଆହତ ହୋଇଥିଲେ। ତୁରନ୍ତ ସେମାନଙ୍କୁ ଉପଖଣ୍ଡ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ କଟକ ଯିବା ବାଟରେ ଗୁରୁତର ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories