ଦେଶଭକ୍ତି ହେଉଛି ଦେବଭକ୍ତି – ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ନବଭାରତ କେବଳ ଏକ ଦେଶର ପ୍ରତୀକ ନୁହେଁ, ଏହା ବଳିଦାନ, ପ୍ରେମ, ଦୟା, ସୁଗୁଣ, ସାହସ, ପରାକ୍ରମ ଏବଂ ମୁକ୍ତିର ସମ୍ମିଶ୍ରଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କାର୍‍ଗିଲରେ ସେନାବାହିନୀର ସଦସ୍ୟଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ପୃଥିବୀରେ ଅନେକ ଗୁଡ଼ିଏ ସଭ୍ୟତା ସୃଷ୍ଟି ହୋଇଛି ଏବଂ ସମୟକ୍ରମେ ଲୋପ ପାଇଯାଇଛି; କିନ୍ତୁ ଭାରତର ସଭ୍ୟତା ସବୁ ସମୟରେ ସମ୍ଭାବିତ ଆହ୍ୱାନ ଗୁଡ଼ିକର ସାମ୍ନା କରିବା ସହ ନିଜର ପରାକାଷ୍ଠା ଦେଖାଇବାରେ ସକ୍ଷମ ହୋଇଛି। ସେ କହିଛନ୍ତି ସେହି ଦେଶ ଅମର ଯେତେବେଳେ ତା’ର ଯୋଦ୍ଧା ସୈନିକମାନେ ବହୁତ ବିଶ୍ୱାସୀ।

prayash

ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶଭକ୍ତି ହେଉଛି ଦେବଭକ୍ତି। ସେ କହିଛନ୍ତି, ପାକିସ୍ତାନ ସହ ପ୍ରତ୍ୟେକଟି ଯୁଦ୍ଧରେ ଜିତାପଟ ହାସଲ କରିବା ପରେ ଭାରତ କାର୍‍ଗିଲରେ ବିଜୟ ପତାକା ଉଡାଇଛି। ସେ କହିଛନ୍ତି, ଭାରତୀୟମାନେ ଦେଶର ସେନାପାଇଁ ଗର୍ବ କରନ୍ତି କାରଣ ହିମାଳୟ ପରି ଆମ ଦେଶର ସେନା ସବୁବେଳେ ସାହସ ଏବଂ ବୀରତ୍ୱ ପ୍ରଦର୍ଶନ କରିଥାଏ। ପ୍ରଧାନମନ୍ତ୍ରୀ ବୀର ଯବାନମାନଙ୍କୁ କହିଛନ୍ତି, ଯେଉଁଭଳି ସେମାନେ ଦେଶର ସୁରକ୍ଷା କରନ୍ତି ସେହିଭଳି ଦେଶର ପ୍ରତ୍ୟେକ ନାଗରିକ ଦେଶର ବିକାଶ ଦିଗରେ କାର୍ଯ୍ୟ କରନ୍ତି ଏବଂ ଆମେ ଦେଶ ଭିତରେ ଘଟୁଥିବା ଆତଙ୍କବାଦ, ନକ୍ସଲବାଦୀ ଏବଂ ଦୁର୍ନୀତି ବିରୋଧରେ ଲଢ଼େଇ କରୁ।

kalyan agarbati

Comments are closed.