www.samajalive.in
Monday, December 8, 2025
14.1 C
Bhubaneswar

ଓଡ଼ିଶାରେ ମୋଦୀ ପଠାଉଥିବା ଟଙ୍କାକୁ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ଲୁଟ୍ କରୁଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ ସଦର: ଆଜି ଦେଶରେ ୧୪୦ କୋଟି ଭାରତୀୟଙ୍କ ସମ୍ମାନ ବଢିଛି। ମୋଦୀଙ୍କ ଶାସନରେ ସବ୍‌କା ସାଥ୍, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବକା ପ୍ରୟାସ ଶାସନ ପ୍ରଣାଳୀର ମୂଳମନ୍ତ୍ର ହୋଇଛି ଏବଂ ଓଡ଼ିଶା ପୂର୍ବୋଦୟ, ଗରିବ କଲ୍ୟାଣ ଓ ଶାସନ ପ୍ରଣାଳୀର ପ୍ରୟୋଗଶାଳା ହୋଇଛି। ଗରିବ କଲ୍ୟାଣକାରୀ ଯୋଜନାରେ ଢେଙ୍କାନାଳ ଜିଲାର ପ୍ରତି ପରିବାର ଲାଭବାନ ହୋଇଛନ୍ତି ବୋଲି ମଙ୍ଗଳବାର ଗଁନ୍ଦିଆଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ଆଜି ଓଡ଼ିଶାରେ ମୋଦୀ ପଠାଉଥିବା ଟଙ୍କାକୁ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ଲୁଟ୍ କରୁଛନ୍ତି। ଦୀର୍ଘ ୨୩ ବର୍ଷର ଅବ୍ୟବସ୍ଥା ଶାସନ ଉପରେ ପ୍ରଶ୍ନ କଲେ ଶାସକ ଦଳର ସାମନ୍ତବାଦ ଲୋକମାନେ ଗାଳିମନ୍ଦ କରୁଛନ୍ତି। ମୋଦୀଜୀଙ୍କ ମାର୍ଗଦର୍ଶନରେ ଅନୁଗୁଳ ଓ ଢେଙ୍କାନାଳରେ ବିକାଶ ହୋଇଛି କି ନାହିଁ, ତାହା ଲୋକ କହୁଛନ୍ତି ଏବଂ ଗଁନ୍ଦିଆର ଏହି ବିଶାଳ ଜନ ସମାବେଶ ତାହାର ବଡ଼ ପ୍ରମାଣ ଦେଉଛି ବୋଲି କହିଛନ୍ତି। ଏଥିପାଇଁ ଶାସକ ଦଳର ସାର୍ଟିଫିକେଟ୍ ଦରକାର ନାହିଁ ବୋଲି କହିବା ସହିତ ମହିମା ମଠରେ ପାନୀୟ ଜଳର ସୁବିଧା କରିବା ପାଇଁ ଓଏନଜିସି ତରଫରୁ ପ୍ରାୟ ୧୬ କୋଟି ଟଙ୍କାର ବ୍ୟବସ୍ଥା କରାଯିବା ପରେ ମଧ୍ୟ ସେହି ପ୍ରକଳ୍ପକୁ ରାଜ୍ୟ ସରକାର ଭୁଲିଗଲେ ବୋଲି ଅଭିଯୋଗ କରିଥିଲେ। ମହିମା ମଠ ମୋ ପାଇଁ ରାଜନୈତିକ ରଣକ୍ଷେତ୍ର ନୁହେଁ। ଯେଉଁମାନେ ଭାବୁଥିବେ, ମୋଟା ଅଙ୍କର ଅର୍ଥ କିମ୍ବା ଅନୁଦାନ ଦେଇ ସ୍ୱାଭିମାନୀ ଢେଙ୍କାନାଳବାସୀଙ୍କୁ କିଣିନେବେ, ତେବେ ସେମାନେ ଭୁଲ୍ ଭାବୁଛନ୍ତି। ହୁଏତ ଏହି ଅଞ୍ଚଳର ବୀର ସଂଗ୍ରାମୀଙ୍କ ତ୍ୟାଗ ଓ ଇତିହାସ ବିଷୟରେ ସେମାନେ ଅନଭିଜ୍ଞ। ଯେଉଁ ମହାଶୟ ଦୀର୍ଘ ୨୩ ବର୍ଷ ଶାସନରେ ରହିବା ପରେ ବି ମହିମା ଗୋସାଇଁଙ୍କ ପାଦଦେଶକୁ ଥରେ ସମର୍ପଣ ଦେବା ପାଇଁ ଆସିନାହାନ୍ତି ସେ ତାଙ୍କ ଗୁମାସ୍ତାଙ୍କୁ ଟଙ୍କା ଦେଇ ଆସିବା ପାଇଁ ପଠାଉଛନ୍ତି। ସେମାନେ ଜାଣି ରଖିବା ଉଚିତ୍ ଯେ ଏହି ମାଟିର ସ୍ୱାଭିମାନୀ ଜନତା ବଳିଦାନ ଦେଇଦେବ ପଛେ ମାତ୍ର ଦେଶ ମାତୃକାର ସ୍ୱାଭିମାନ ପାଇଁ କେବେ ବୁଝାମଣା କରିବ ନାହିଁ। ଆଜି ମହିମା ଗୋସାଇଁ ଓ ସନ୍ଥ କବି ଭୀମ ଭୋଇଙ୍କ ବାର୍ତ୍ତାକୁ ବିଶ୍ୱ ସ୍ତରରେ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଛତିଶଗଡ଼ ବିଳାସପୁର ସ୍ଥିତ ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭୀମ ଭୋଇ ଚେୟାର ପ୍ରତିଷ୍ଠା ହୋଇଛି। ସମ୍ବଲପୁର-ଶାଲିମାର ଏକ୍ସପ୍ରେସ ମହିମା ଗୋସାଇଁଙ୍କ ନାଁରେ ନାମିତ କରାଯାଇଛି ବୋଲି କହିଥିଲେ।

ବିଜେପି ଜିଲା ସଭାପତି ନରେଶ ମହାପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସମାବେଶରେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ସ୍ଵାଗତ ଭାଷଣ ଓ ରାମଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟସଭା ସଦସ୍ୟ ରୁଦ୍ର ନାରାୟଣ ପଣି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ଭୂଷଣ ପ୍ରଧାନ, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ଶତ୍ରୁଘ୍ନ ଜେନା, ପ୍ରେମାନନ୍ଦ ଜେନା, ସୁନୀଲ ଶର୍ମା, ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories