www.samajalive.in
Sunday, December 7, 2025
14.1 C
Bhubaneswar

ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ପାଇକ ବିଦ୍ରୋହର ସ୍ମୃତିରେ ବରୁଣେଇ ପାହାଡର ଦ୍ୱାର ଦେଶରେ ପ୍ରସ୍ତାବିତ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ କରିବାକୁ ୫୦ ଏକର ଜାଗା ଉପଲବ୍ଧ କରାଇବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ରାଜ୍ୟର ସାଂସ୍କୃତିକ ପରିଦୃଶ୍ୟରେ ଏହି ପ୍ରକଳ୍ପ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବାରୁ ଏହି ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ କରାଇବା ଉଚିତ ହେବ ବୋଲି ଶ୍ରୀ ପ୍ରଧାନ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି। ଶ୍ରୀ ପ୍ରଧାନ ଏହି ପତ୍ରରେ କହିଛନ୍ତି ଯେ ପାଇକ ବିଦ୍ରୋହର ୨ ଶହ ବର୍ଷ ପୂର୍ତି ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଦିଲ୍ଲୀ ଓ ଅନ୍ୟ ସ୍ଥାନରେ କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା। ପାଇକ ବିଦ୍ରୋହକୁ ନେଇ ଏକ ଡାକ ଟିକେଟ ଓ ମୁଦ୍ରା ଜାରୀ କରିବା ପାଇଁ ଯୋଜନା ରହିଛି। ପାଇକ ବିଦ୍ରୋହର ସ୍ମୃତିରେ ବରୁଣେଇ ପାହାଡର ଦ୍ୱାର ଦେଶରେ ଏକ ସ୍ମାରକୀ ନିର୍ମାଣ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ୫୦ ଏକର ସ୍ଥାନ ଉପଲବ୍ଧ କରାଇବାକୁ ଅନୁରୋଧ କରିଥିଲେ। ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଂଜଳି ଦେବା ପାଇଁ ଆୟୋଜିତ ହୋଇଥିବା ସ୍ମୃତି ସଭା କାର୍ଯ୍ୟକ୍ରମରେ ସେ ଶ୍ରୀ ପଟ୍ଟନାୟକଙ୍କୁ ଏହି ପ୍ରକଳ୍ପ ପାଇଁ ପାଇକ ବିଦ୍ରୋହର ଯୁଦ୍ଧସ୍ଥଳୀ ବରୁଣେଇ ପାହାଡର ଦ୍ୱାର ଦେଶରେ ଜମି ଯୋଗାଇ ଦେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ବ୍ୟକ୍ତିଗତ ଭାବେ ଅନୁରୋଧ କରିଥିବା ଶ୍ରୀ ପ୍ରଧାନ ଏହି ପତ୍ରରେ ମନେ ପକାଇ ଦେଇଛନ୍ତି। ପାଇକ ବିଦ୍ରୋହର ଏହି ଆନ୍ଦୋଳନ ଓଡିଶାର ଗର୍ବ ଓ ଗୌରବର ଏକ ଅବିଛେଦ୍ୟ ଅଙ୍ଗ ହୋଇଥିବାରୁ ଏହି ସ୍ଥାୟୀ ସ୍ମୃତି ଆକର୍ଷଣର କେନ୍ଦ୍ର ହେବା ସହ ଆଗାମୀ ପୀଢୀ ପାଇଁ ପ୍ରେରଣାର ଉତ୍ସ ହେବ। ଏହି ସ୍ଥାନରେ ପାଇକ ବିଦ୍ରୋହର ନାୟକ ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବିଷୟରେ ଉଲ୍ଲେଖ ରହିବ। ବକ୍ସି ଜଗବନ୍ଧୁ ବିଦ୍ୟାଧର ଓ ପାଇକ ବିଦ୍ରୋହ ସମ୍ପର୍କରେ ଏକ ଅନନ୍ୟ ସଂଗ୍ରହାଳୟ ଓ ଅଡିଓ ଭିଜୁଆଲ ଏହି ସ୍ମାରକର ଅନ୍ୟତମ ଆକର୍ଷଣ ହେବ। କେନ୍ଦ୍ର ସରକାର ଓ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପକ୍ଷରୁ ଏଥି ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିଥିବା ଶ୍ରୀ ପ୍ରଧାନ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି।
• ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ସଭାରେ ଏହି ସ୍ମାରକୀ ନିର୍ମାଣ ପାଇଁ ପାଇକ ବିଦ୍ରୋହର ଯୁଦ୍ଧସ୍ଥଳୀ ବରୁଣେଇ ପାହାଡର ଦ୍ୱାର ଦେଶରେ ଜମି ଯୋଗାଇ ଦେବା ପାଇଁ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ କରିଥିବା ଅନୁରୋଧକୁ ପତ୍ରରେ ମନେପକାଇଦେଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ
• ସ୍ମାରକୀର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ କରାଇବା ଉଚିତ ହେବ ବୋଲି ଏହି ପତ୍ରରେ ଉଲ୍ଲେଖ୍ୟ • ପାଇକ ବିଦ୍ରୋହର ଏହି ଆନ୍ଦୋଳନ ଓଡିଶାର ଗର୍ବ ଓ ଗୌରବର ଏକ ଅବିଛେଦ୍ୟ ଅଙ୍ଗ ହୋଇଥିବାରୁ ଏହି ସ୍ଥାୟୀ ସ୍ମୃତି ଆକର୍ଷଣର କେନ୍ଦ୍ର ହେବା ସହ ଆଗାମୀ ପୀଢୀ ପାଇଁ ପ୍ରେରଣାର ଉତ୍ସ ହେବ
• ବକ୍ସି ଜଗବନ୍ଧୁ ବିଦ୍ୟାଧର ଓ ପାଇକ ବିଦ୍ରୋହ ସମ୍ପର୍କରେ ଏକ ଅନନ୍ୟ ସଂଗ୍ରହାଳୟ ଓ ଅଡିଓ ଭିଜୁଆଲ ଏହି ସ୍ମାରକର ଅନ୍ୟତମ ଆକର୍ଷଣ ହେବ
• କେନ୍ଦ୍ର ସରକାର ଓ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପକ୍ଷରୁ ଏଥିପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories