ଭୁବନେଶ୍ବର : ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ।ବିଶାଖାପାଟଣାରୁ ବାହାରି ଜାନୁଆରୀ ୮ ତାରିଖ ରାତି ୮ଟାରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ରାଜଭବନ ଯାଇ ରାତ୍ରୀଯାପନ କରିବେ। ୯ତାରିଖ ପୂର୍ବାହ୍ଣ ୯ଟା ୪୫ମିନିଟରେ ରାଜଭବନରୁ ଜନତା ମଇଦାନ ଅଭିମୁଖେ ଯିବେ ପ୍ରଧାନମନ୍ତ୍ରୀ। ପୂର୍ବାହ୍ଣ ୯ଟା ୫୫ମିନିଟ୍ରେ ଜନତା ମଇଦାନରେ ପହଞ୍ଚିବା ପରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ସାମିଲ ହେବେ। ପୂର୍ବାହ୍ଣ ୧୦ଟାରୁ ୧୧ଟା ୩୦ମିନିଟ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟଙ୍କ ସହ ପ୍ରଧାନମନ୍ତ୍ରୀ ସମୟ ବିତାଇବେ। ଏହାପରେ ଦିନ ୧୧ଟା ୫୫ମିନିଟରେ ଦିଲ୍ଲୀ ଅଭିମୁଖେ ବାହାରି ଯିବେ।
Popular Categories



