ଦୋବଲ : ଭଦ୍ରକ ଜିଲ୍ଲା ଧାମନଗର ଥାନା ଦୋବଲ ଜୋନ ସୋହଡା ପଞ୍ଚାୟତ କଣ୍ଟାପାରି ଗ୍ରାମର ବିରେନ୍ଦ୍ର ଯେନାଙ୍କ ସ୍ତ୍ରୀ ଅନି ଜେନା (୩୨) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି। ଆଜି ସାନ୍ଧ୍ୟ ସମୟରେ ନିଜ ଶୋଇବା ଘରଭିତରେ ଫେନ ସାହାଯ୍ୟରେ ରସି ଲଗାଇ ଝୁଲିଥିବା ପରିବାର ଲୋକେ ଦେଖିବାକୁ ପାଇଁଥିଲେ। ତେବେ ପରିବାରିକ ସମସ୍ୟା ପାଇଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କୁହାଯାଉଛି। ମୃତ ଅନି ଜେନାଙ୍କ ବାପଘର ପଡୋଶୀ ଯାଜପୁର ଜିଲ୍ଲା ରାମବାଗ ଅଞ୍ଚଳର ହୋଇଥିବା ବେଳେ ସେ ୯ ବର୍ଷ ହେବ ବିବାହ କରିଥିଲେ। ତାଙ୍କର ଦୁଇଟି ପିଲା ରହିଛନ୍ତି। ତେବେ ଖବର ପାଇ ଘଟଣା ସ୍ଥଳରେ ଧାମନଗର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।
Popular Categories



