www.samajalive.in
Tuesday, December 9, 2025
26.1 C
Bhubaneswar

ପଇସା ନ ଦେଲେ ଫିଟୁନି ଫାଇଲ – ଫିଟୁଛି ସିଡିପିଓ ସ୍ନେହଲତାଙ୍କ ଗୁମର

ଡେସ୍କ: ସମ୍ପ୍ରତି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ସିଡିପିଓ ସ୍ନେହଲତା ସାହୁଙ୍କ ବେପରୁଆ ଓ ଅମାନବୀୟ ବ୍ୟବହାର ଯୋଗୁ ଗର୍ଭସ୍ଥ ଶିଶୁର ମୃତ୍ୟୁ ହେବା ସହ ଗର୍ଭବତୀ ମା’ ଗୁରୁତର ହେବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତେବେ ତଦନ୍ତର ଦିଗ କୁଆଡେ ଯିବ ତାହା ତ ସମୟ କହିବ। କିନ୍ତୁ ଘଟଣା ଲୋକଲୋଚନକୁ ଆସିବାର ୨୪ ଘଣ୍ଟା ନ ପୂରୁଣୁ, ସ୍ନେହଲତାଙ୍କ କଳା କାରନାମା ସମ୍ପର୍କରେ ସ୍ଥାନୀୟ ଜନସାଧାରଣ କହିଛନ୍ତି।

ସ୍ଥାନୀୟ ଜନସାଧାରଣଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ସିଡିପିଓ ସ୍ନେହଲତା ସାହୁ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଦିଆଯାଉଥିବା ବିଭିନ୍ନ ସାମଗ୍ରୀ କ୍ଷେତ୍ରରେ ଯୋଗାଣକାରୀମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲାଞ୍ଚ ନିଅନ୍ତି। କୁହାଯାଉଛି ଯେ, ରାଜନୈତିକ ଛତ୍ରଛାୟା ତଳେ ରହି ସ୍ନେହଲତା ନିଜକୁ ଅଧିକ କ୍ଷମତାଶାଳୀ ମନେ କରୁଥିଲେ। ଫଳରେ ସେ କାହାକୁ ଭୟ କରୁନଥିଲେ। ଉପରିସ୍ଥ ଅଧିକାରୀମାନେ ମଧ୍ୟ ସିଡିପିଓଙ୍କୁ କିଛି କହିବାକୁ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାହସ କରୁନଥିଲେ।

- Advertisement -

ଅନ୍ୟପକ୍ଷରେ ସିଡିପିଓ ସ୍ନେହଲତା ମଧ୍ୟ ପୀଡିତା କିରାଣୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନେକ ଥର ଅଫିସ ମଧ୍ୟରେ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଗାଳିଗୁଲଜ କରିଥିବା ଜଣାପଡିଛି। ନିଜ ନାଁ ପ୍ରକାଶ ନ କରି ସେହି କାର୍ଯ୍ୟାଳୟର ଜଣେ କର୍ମଚାରୀ କହିଛନ୍ତି ଯେ ସିଡିପିଓ ଅଧସ୍ତନ କର୍ମଚାରୀମାନଙ୍କୁ ଗାଳିଗୁଲଜ କରିବା ସହ ଅଙ୍ଗନବାଡି କର୍ମୀମାନଙ୍କୁ ‘ତୁ…ତା’ କହି ବ୍ୟବହାର କରୁଥିଲେ।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories