www.samajalive.in
Tuesday, December 9, 2025
16.1 C
Bhubaneswar

ତାଲିବାନର ନୂଆ କଟକଣା: ପାଟି କରି କୁରାନ ପଢ଼ିବେନି ମହିଳା

ସମାଜ ଡିଜିଟାଲ ଡେସ୍କ: ଆଫଗାନିସ୍ତାନରେ ଶାସକ ତାଲିବାନ ପକ୍ଷରୁ ନୂଆ କଟକଣା ଜାରି କରାଯାଇଛି। ମହିଳାମାନେ ଏକାଠି ବସି କୁରାନ ପାଠ କରୁଥିଲେ, ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କ ସ୍ଵର ଯେପରି ନ ଶୁଣନ୍ତି ତାହା ଉପରେ କଟକଣା ଲାଗୁ କରିଛି। ଅର୍ଥାତ ସର୍ବସାଧାରଣ ସ୍ଥାନରେ ମହିଳାମାନେ ପାଟି କରି କୁରାନ ପଢ଼ିପାରିବେ ନାହିଁ।

ତାଲିବାନ ମନ୍ତ୍ରୀ ମହମ୍ମଦ ଖଲିଦ ହନାଫି ଗତ ସପ୍ତାହରେ ଏକ ଅଡିଓ ବାର୍ତ୍ତା ଜାରି କରି ଏହା କହିଛନ୍ତି। ସେ କହିଛନ୍ତି, ଏକାଧିକ ମହିଳା ଗୋଟିଏ ସ୍ଥାନରେ ଏକତ୍ର ହୋଇଥିଲେ ସେହି ସ୍ଥାନରେ ଜଣେ ମହିଳା ପାଟି କରି କୁରାନ ପଢ଼ିପାରିବେ ନାହିଁ। ଯଦି ମହିଳାଙ୍କୁ ତକବିର ପ୍ରଦର୍ଶନ ପାଇଁ ଅନୁମତି ନାହିଁ, ତେବେ ସେମାନଙ୍କୁ କିପରି କୁରାନ ଗାନ କରିବାକୁ ଅନୁମତି ମିଳିବ ? ଇସଲାମରେ ମହିଳାଙ୍କ ସ୍ଵରକୁ ଆଓ୍ବରା(ଅନ୍ତରଙ୍ଗ ଅଂଶ) ବୋଲି ବିବେଚନା କରାଯାଏ, ଯାହାକୁ ସର୍ବଦା ଘୋଡ଼ାଇ ରଖାଯାଏ ଏବଂ ସର୍ବସାଧାରଣ ସ୍ଥାନରେ ତାହା ଶୁଭିବା ଅନୁଚିତ। ଏପରି କି ଅନ୍ୟ ଜଣେ ମହିଳା ବି ଶୁଣିବା ଉଚିତ ନୁହେଁ ବୋଲି ହନାଫି କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ୨୦୨୧ରେ ତାଲିବାନ ଆତଙ୍କବାଦୀ ସଂଗଠନ ଆଫଗାନିସ୍ତାନରେ କ୍ଷମତାକୁ ଫେରିବା ପରେ ମହିଳାଙ୍କ ଉପରେ ବହୁ କଟକଣା ଲାଗୁ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories