www.samajalive.in
Tuesday, December 9, 2025
17.1 C
Bhubaneswar

ବିଶ୍ୱ ଷ୍ଟ୍ରୋକ ଦିବସ: ପରିବର୍ତ୍ତିତ ଜୀବନଶୈଳୀ ପାଲଟିଛି ବ୍ରେନ୍ ଷ୍ଟ୍ରୋକର ପ୍ରମୁଖ କାରଣ

ଭୁବନେଶ୍ୱର : ବ୍ରେନ୍‌ ଷ୍ଟ୍ରୋକ୍ ବା ମସ୍ତିଷ୍କାଘାତ ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ହୋଇଛି। ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ୍ ସର୍ବାଧିକ ମୃତ୍ୟୁର କାରଣ ପାଲଟିଛି। ସେହିପରି ଷ୍ଟ୍ରୋକ ଯୋଗୁଁ ସୃଷ୍ଟି ହେଉଥିବା ଗୁରୁତର ଅକ୍ଷମତା ରୋଗୀଙ୍କ ବାକି ଜୀବନକୁ ଜଟିଳ କରିଦେଉଛି। ବିଶ୍ୱ ଷ୍ଟ୍ରୋକ୍ ଦିବସ ଅବସରରେ ବ୍ୟାପକ ସଚେତନତା ଲାଗି ଆଇଏଫଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ‘ଷ୍ଟ୍ରୋକମୁକ୍ତ ଜୀବନ’ ଶୀର୍ଷକରେ ଏକ ବିଶେଷ କାର୍ଯ୍ୟକ୍ରମ କରାଯାଉଛି। ବିଶ୍ୱ ଷ୍ଟ୍ରୋକ ଦିବସ ଉପଲକ୍ଷେ ଅକ୍ଟୋବର ୨୯ରୁ ଏହା ଆରମ୍ଭ ହୋଇଛି। ଏହା ନଭେମ୍ବର ୭ ତାରିଖ ଯାଏଁ ଚାଲିବ।

ଏହି କାର୍ଯ୍ୟକ୍ରମରେ ଷ୍ଟ୍ରୋକର କାରଣ, ଲକ୍ଷଣ ଏବଂ ନିରାକରଣ ବିଷୟରେ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ବିଭିନ୍ନ ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯାଉଛି। ଓଡ଼ିଶାର ବିଶିଷ୍ଟ ଡାକ୍ତରମାନଙ୍କ ସାକ୍ଷାତକାରକୁ ଆଧାରକରି ଏହି ଭିଡିଓ ପ୍ରସ୍ତୁତ କରାଯାଉଛି ବୋଲି ଅଭିଯାନର ନିର୍ଦ୍ଦେଶକ ତଥା ସ୍ୱାସ୍ଥ୍ୟପ୍ଲସର ସିଇଓ ସିଦ୍ଧାର୍ଥ ରଥ କହିଛନ୍ତି। ଏହି ଅବସରରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଶେଷ ସଚେତନତା କର୍ମଶାଳାର ମଧ୍ୟ ଆୟୋଜନ କରାଯାଉଛି। ସେହିପରି ଷ୍ଟ୍ରୋକ ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ଏକ ସୂଚନା ପୁସ୍ତିକାର ପ୍ରକାଶନ କରାଯାଉଛି। ଆଇଏଫଆଇ ଫାଉଣ୍ଡେସନ ‘ୱାର୍ଲ୍ଡ ଷ୍ଟ୍ରୋକ ଅର୍ଗାନାଇଜେସନ’ର ସଦସ୍ୟ ରହିଛି। ଫାଉଣ୍ଡେସନ ପକ୍ଷରୁ ଗତ ଦୁଇବର୍ଷ ଧରି ବ୍ୟାପକ ଷ୍ଟ୍ରୋକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

- Advertisement -

ଭାରତରେ ପ୍ରତି ୪୦ ସେକେଣ୍ଡରେ ଜଣେ ଲୋକ ବ୍ରେନ-ଷ୍ଟ୍ରୋକରେ ଆକ୍ରାନ୍ତ ହେଉଛନ୍ତି। ପ୍ରତି ୪ ମିନିଟରେ ଜଣେ ମୃତ୍ୟୁବରଣ କରୁଛନ୍ତି। ଓଡ଼ିଶାରେ ବ୍ରେନ୍-ଷ୍ଟ୍ରୋକ୍ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ବର୍ତ୍ତମାନ ଷ୍ଟ୍ରୋକ ଭଳି ବିଭିନ୍ନ ଅଣସଂକ୍ରାମକ ରୋଗର ମାତ୍ରା ବଢ଼ିଚାଲିଛି। ଏଥିପ୍ରତି ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସହ ଲୋକମାନେ ସୁସ୍ଥ ଓ ସକ୍ରିୟ ଜୀବନଶୈଳୀ ଆପଣାଇବା ଜରୁରୀ ବୋଲି କହିଛନ୍ତି ‘ଷ୍ଟ୍ରୋକମୁକ୍ତ ଜୀବନ’ର ପରାମର୍ଶଦାତା ତଥା ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁଯାୟୀ, ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୧୫ ନିୟୁତ ଲୋକ ଷ୍ଟ୍ରୋକରେ ଆକାନ୍ତ ହେଉଛନ୍ତି। ତା’ ଭିତରୁ ପ୍ରାୟ ୫ ନିୟୁତ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ଆଉ ୫ ନିୟୁତ ଲୋକ ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତାର ଶିକାର ହେଉଛନ୍ତି। ଏପରିକି ୪୦ ବର୍ଷରୁ କମ୍ ବୟସର ଲୋକଙ୍କ କ୍ଷେତ୍ରରେ ଏବେ ଷ୍ଟ୍ରୋକ ଦେଖାଯାଉଛି, ଯାହାର ମୁଖ୍ୟ କାରଣ ଉଚ୍ଚ ରକ୍ତଚାପ। ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖକୁ ବିଶ୍ୱ ଷ୍ଟ୍ରୋକ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଷ୍ଟ୍ରୋକର ପ୍ରତିଷେଧକ, ଚିକିତ୍ସା ଏବଂ ଷ୍ଟ୍ରୋକ ପରବର୍ତ୍ତୀ ପରିଚାଳନା ସମ୍ପର୍କରେ ଆଜି ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories