www.samajalive.in
Friday, December 12, 2025
26.1 C
Bhubaneswar

ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ଆଠଗଡ : ଆଠଗଡ ସହରର ରାସରସିକପୁର ସାହିରେ ସାନ ଭାଇ ନିଜ ବଡ ଭାଇକୁ ପଥର ଛେଚି ହତ୍ୟା କରିବା ଭଳି ଏକ ଲୋମହର୍ଷଣକାରୀ ଘଟଣା ଗତ ୨୦୨୩ ଜୁନ ୪ ତାରିଖରେ ଘଟିଥିଲା । ଏହି ମାମଲାର ବିଚାର କରୁଥିବା ଆଠଗଡ ଅତିରିକ୍ତ ଜିଲା ଓ ଦୌରାଜଜ ରାଜକୁମାର ଦାସ ବୁଧବାର ନିଜ ରାୟ ପ୍ରକାଶ କରି ଭାତୃ ହତ୍ୟାକାରୀ ସାନଭାଇକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି । ଘଟଣାର ବିବରଣୀରୁ ପ୍ରକାଶ ଗତ ୪.୬.୨୦୨୪ରେ ଆଠଗଡ ଏନଏସି ଅନ୍ତର୍ଗତ ରାସରସିକପୁର ସାହିର ଜଗନ୍ନାଥ ପ୍ରଧାନ ଅପରାହ୍ନରେ ତାଙ୍କ ଘର ପାଖରେ ଥିବା ସରସ୍ଵତୀ ଶିଶୁମନ୍ଦିର ନିକଟରେ ଏକ ଗଛ ମୂଳେ ବିଶ୍ରାମ ନେଇଥିଲେ । ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାନ ଭାଇ ଟୁକୁନା ପ୍ରଧାନ ଏକ ବଡ ପଥର ତାଙ୍କ ଛାତି ଉପରେ କଚାଡି ଦେବାରୁ ଘଟଣାସ୍ଥଳରେ ହିଁ ଜଗନ୍ନାଥଙ୍କର ମୃତ୍ୟୁ ହୋଇଯାଇଥିଲା ।

ଘଟଣା ସମ୍ପର୍କରେ ଜଗନ୍ନାଥଙ୍କ ପୁଅ ସଞ୍ଜୟ କୁମାର ପ୍ରଧାନ ଆଠଗଡ ଥାନାରେ ଦେଇଥିବା ଏତଲାକୁ ଭିତ୍ତି କରି ପୁଲିସ ଅଭିଯୁକ୍ତ ଟୁକୁନା ପ୍ରଧାନକୁ ଗିରଫ କରିଥିଲେ । ମାମଲାର ବିଚାର ବେଳେ ପୁଲିସର ଅଭିଯୋଗ ଫର୍ଦ୍ଦ, ବୈଜ୍ଞାନିକ ରିପୋର୍ଟ, ସିସିଟିଭି ଫୁଟେଜର  ତର୍ଜମା କରିବା ସହିତ ଅତିରିକ୍ତ ପିପି ଶରତ କୁମାର ଦାଶଙ୍କ ବଳିଷ୍ଠ ଯୁକ୍ତିକୁ ଗ୍ରହଣ କରି ଏଡିଜେ ଶ୍ରୀ ଦାସ ଅଭିଯୁକ୍ତ ଟୁକୁନାକୁ ଦୋଷୀ ସାବ୍ୟସ୍ତ କରି ତାଙ୍କ ରାୟ ଶୁଣାଇଥିଲେ । ଆସାମୀ ଟୁକୁନାକୁ ଆଜୀବନ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜୋରିମନା ଏବଂ ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡ ଭୋଗିବାକୁ ବିଚାରପତି ଶ୍ରୀ ଦାସ ତାଙ୍କ ରାୟରେ ଆଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରୋସେକ୍ୟୁଟର ଶରତ କୁମାର ଦାଶ ମାମଲାଟିକୁ ପରିଚାଳନା କରୁଥିଲେ ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories