www.samajalive.in
Friday, December 12, 2025
27.1 C
Bhubaneswar

ଅଯୋଧ୍ୟାରେ ଦୀପୋତ୍ସବ: ଜଳିଲା ୨୫ ଲକ୍ଷ ଦୀପ, ୧୧୨୧ ଜଣେ କଲେ ଆରତି

ସମାଜ ଡିଜିଟାଲ ଡେସ୍କ: ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ଲାଗି ଅଯୋଧ୍ୟାରେ ପାଳନ ହୋଇଛି ଦୀପୋତ୍ସବ। ଏହି ଅବସରରେ ଅଯୋଧ୍ୟାରେ ଜଳିଛି ୨୫ ଲକ୍ଷ ୧୨ ହଜାର ୫୮୫ ଦୀପ। ଏହା ସହିତ ୧୧୨୧ ବ୍ୟକ୍ତି ପର୍ଯ୍ୟାୟକ୍ରମେ ଆରତି କରିଛନ୍ତି। ଏହି ୨ଟି କାର୍ଯ୍ୟକ୍ରମ ଦ୍ଵାରା ୨ଟି ବିଶ୍ଵ ରେକର୍ଡ ମଧ୍ୟ ସ୍ଥାପନ ହୋଇଛି। ଏଥିପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨ଟି ନୂଆ ଗିନିଜ ଓ୍ବାର୍ଡ ରେକର୍ଡ୍ସର ପ୍ରମାଣପତ୍ର ମଧ୍ୟ ଗ୍ରହଣ କରିଛନ୍ତି। ଦୀପୋତ୍ସବ ପାଳନ ସମୟରେ ପର୍ଯ୍ୟଟନ ବିଭାଗକୁ ମିଳିଥିବା ଏହି ପ୍ରମାଣପତ୍ରକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିଲେ।

ଅନ୍ଧାରରେ ଆଲୋକର ବିଜୟ ଉତ୍ସବ ବା ଦୀପାବଳି ଉପଲକ୍ଷେ ସରଜୁ ନଦୀ କୂଳରେ ଏହି ଦୀପୋତ୍ସବ ପାଳିତ ହୋଇଥିଲା, ଯାହା ବେଶ୍‌ ଆକର୍ଷଣୀୟ ହୋଇଥିଲା।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories