www.samajalive.in
Monday, December 15, 2025
16.1 C
Bhubaneswar

ଦଣ୍ଡ ନା ପୁରସ୍କାର – ବିବାଦୀୟ ଡେରାବିଶ ସିଡିପିଓଙ୍କୁ ଢେଙ୍କାନାଳ ପିଓ ଭାବେ ବଦଳି

ଡେସ୍କ: ସମ୍ପ୍ରତି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ସିଡିପିଓ ସ୍ନେହଲତା ସାହୁଙ୍କ ବେପରୁଆ ଓ ଅମାନବୀୟ ବ୍ୟବହାର ଯୋଗୁ ଗର୍ଭସ୍ଥ ଶିଶୁର ମୃତ୍ୟୁ ହେବା ସହ ଗର୍ଭବତୀ ମା’ ଗୁରୁତର ହେବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତେବେ ତଦନ୍ତର ଦିଗ କୁଆଡେ ଯିବ ତାହା ତ ସମୟ କହିବ। କିନ୍ତୁ ଇତିମଧ୍ୟରେ ରାଜ୍ୟ ସରକାର ସିଡିପିଓ ସ୍ନେହଲତା ସାହୁଙ୍କୁ ବଦଳି କରିଛନ୍ତି। ଡେରାବିଶ ବ୍ଲକରେ ସିଡିପିଓ ଭାବେ କାର୍ଯ୍ୟ କରୁଥିବା ସ୍ନେହଲତା ସାହୁଙ୍କୁ ଢେଙ୍କାନାଳ ପିଓ ଅର୍ଥାତ ପ୍ରୋଗ୍ରାମ ଅଫିସର ଭାବେ ବଦଳି କରାଯାଇଛି।

ତେବେ ଯାହା ଜଣାପଡିଛି, ସିଡିପିଓ ଓ ପିଓ ପଦବୀ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ତେଣୁ ଏଭଳି ଅମାନବୀୟ ବ୍ୟବହାର କରିଥିବା ସିଡିପିଓଙ୍କୁ ରାଜ୍ୟ ସରକାର ଦଣ୍ଡବିଧାନ କଲେ କି ପୁରସ୍କାର ଦେଲେ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏଭଳି କ୍ଷେତ୍ରରେ ସମ୍ପୃକ୍ତ ସିଡିପିଓଙ୍କୁ ନିଲମ୍ବନ କି ବହିଷ୍କାର ନ କରି ସରକାର କାହିଁକି ଏଭଳି ପଦକ୍ଷେପ ଗ୍ରହଣ କଲେ ଜଣାପଡିନାହିଁ। ଘଟଣାର ସ୍ଵଛ ତଦନ୍ତ ପାଇଁ ପ୍ରଥମେ କାର୍ଯ୍ୟରୁ ଅପସାରଣ କରିଥିଲେ ମଧ୍ୟ ସ୍ନେହଲତାଙ୍କୁ ପ୍ରୋଗ୍ରାମ ଅଫିସର ଭାବେ ବଦଳି କରିବା ପରେ, ଏବେ ତାଙ୍କ ଅଧୀନରେ ଯେଉଁ ମହିଳାମାନେ କାର୍ଯ୍ୟ କରିବେ ସେମାନେ ବିନା କୌଣସି ଚାପରେ କାର୍ଯ୍ୟ କରିବା ନେଇ ସନ୍ଦେହ ପ୍ରକାଶ ପାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories