www.samajalive.in
Friday, December 12, 2025
27.1 C
Bhubaneswar

ଦଣ୍ଡ ନା ପୁରସ୍କାର – ବିବାଦୀୟ ଡେରାବିଶ ସିଡିପିଓଙ୍କୁ ଢେଙ୍କାନାଳ ପିଓ ଭାବେ ବଦଳି

ଡେସ୍କ: ସମ୍ପ୍ରତି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ସିଡିପିଓ ସ୍ନେହଲତା ସାହୁଙ୍କ ବେପରୁଆ ଓ ଅମାନବୀୟ ବ୍ୟବହାର ଯୋଗୁ ଗର୍ଭସ୍ଥ ଶିଶୁର ମୃତ୍ୟୁ ହେବା ସହ ଗର୍ଭବତୀ ମା’ ଗୁରୁତର ହେବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତେବେ ତଦନ୍ତର ଦିଗ କୁଆଡେ ଯିବ ତାହା ତ ସମୟ କହିବ। କିନ୍ତୁ ଇତିମଧ୍ୟରେ ରାଜ୍ୟ ସରକାର ସିଡିପିଓ ସ୍ନେହଲତା ସାହୁଙ୍କୁ ବଦଳି କରିଛନ୍ତି। ଡେରାବିଶ ବ୍ଲକରେ ସିଡିପିଓ ଭାବେ କାର୍ଯ୍ୟ କରୁଥିବା ସ୍ନେହଲତା ସାହୁଙ୍କୁ ଢେଙ୍କାନାଳ ପିଓ ଅର୍ଥାତ ପ୍ରୋଗ୍ରାମ ଅଫିସର ଭାବେ ବଦଳି କରାଯାଇଛି।

ତେବେ ଯାହା ଜଣାପଡିଛି, ସିଡିପିଓ ଓ ପିଓ ପଦବୀ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ତେଣୁ ଏଭଳି ଅମାନବୀୟ ବ୍ୟବହାର କରିଥିବା ସିଡିପିଓଙ୍କୁ ରାଜ୍ୟ ସରକାର ଦଣ୍ଡବିଧାନ କଲେ କି ପୁରସ୍କାର ଦେଲେ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏଭଳି କ୍ଷେତ୍ରରେ ସମ୍ପୃକ୍ତ ସିଡିପିଓଙ୍କୁ ନିଲମ୍ବନ କି ବହିଷ୍କାର ନ କରି ସରକାର କାହିଁକି ଏଭଳି ପଦକ୍ଷେପ ଗ୍ରହଣ କଲେ ଜଣାପଡିନାହିଁ। ଘଟଣାର ସ୍ଵଛ ତଦନ୍ତ ପାଇଁ ପ୍ରଥମେ କାର୍ଯ୍ୟରୁ ଅପସାରଣ କରିଥିଲେ ମଧ୍ୟ ସ୍ନେହଲତାଙ୍କୁ ପ୍ରୋଗ୍ରାମ ଅଫିସର ଭାବେ ବଦଳି କରିବା ପରେ, ଏବେ ତାଙ୍କ ଅଧୀନରେ ଯେଉଁ ମହିଳାମାନେ କାର୍ଯ୍ୟ କରିବେ ସେମାନେ ବିନା କୌଣସି ଚାପରେ କାର୍ଯ୍ୟ କରିବା ନେଇ ସନ୍ଦେହ ପ୍ରକାଶ ପାଇଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories