ଧନତେରସ୍ରେ କିଣି ଆଣନ୍ତୁ ମାତ୍ର ୧୦ ଟଙ୍କାର ଏହି ଜିନିଷ, ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା..
ଧନତେରସ୍ରେ ଅନେକ ଜିନିଷ କିଣିବା ପାଇଁ ମାନ୍ୟତା ରହିଛି । ଏହି ଦିନ ସୁନା,ରୁପା, ପିତ୍ତଳରେ ତିଆରି ଅନେକ ଜିନିଷ କିଣିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ । ମାତ୍ର ୧୦ ଟଙ୍କା ମୂଲ୍ୟର ଏକ ଜିନିଷ ରହିଛି, ଯାହାକୁ ଧନତେରସ୍ରେ କିଣିବା ଦ୍ୱାରା ଭାଗ୍ୟ ଚମକି ଥାଏ । ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ।
ଧନତେରସ୍ ଦୀପାବଳିର ୨ ଦିନ ପୂର୍ବରୁ ପାଳନ ହୋଇଥାଏ । ଚଳିତ ବର୍ଷ ୨୯ ଅକ୍ଟୋବର ୨୦୨୪ରେ ଧନତେରସ୍ ପର୍ବ ପାଳନ କରାଯାଉଛି। ଏହି ଦିନ ମା’ଲକ୍ଷ୍ମୀ ଓ ଭଗବାନ ଧନ୍ୱନ୍ତରୀ, କୁବେରଙ୍କୁ ପୂଜା କରାଯିବା ସହ କିଛି ସ୍ୱତନ୍ତ୍ର ଜିନିଷ କିଣାଯାଏ ।
୫୦୦ ବର୍ଷ ପରେ ଦୀପାବଳିରେ ଅଦ୍ଭୁତ ସଂଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍ ମିଳିବ ଧନ..
ଜିନିଷ କିଣିବା ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି । ଏହି ଦିନ ବିଶେଷ କରି ସୁନା, ରୁପା, ପିତ୍ତଳ, ତମ୍ବା, ନୂଆ ଘର, ଯାନ, ବୈଦ୍ୟୁତିକ ଜିନିଷ କିଣି ଥାଆନ୍ତି । ଏସବୁ ଜିନିଷ ବ୍ୟତୀତ ୧୦ ଟଙ୍କିଆ ଜିନିଷ କିଣିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ । ଏହା ଖୁବ୍ ଶୁଭଙ୍କର।
ଧନତେରସର ଶୁଭ ଦିନରେ ଗୋଟା ଧନିଆ ନିଶ୍ଚୟ କିଣି ଆଣନ୍ତୁ । ଏହାକୁ ଆଣି ପୂଜା କକ୍ଷରେ ରଖନ୍ତୁ । ଦୀପାବଳି ଦିନ ମା’ଲକ୍ଷ୍ମୀଙ୍କ ନିକଟରେ ଏହାକୁ ରଖି ପୂଜା କରନ୍ତୁ । ଏହାକୁ ଏକ ମାଟି ପାତ୍ରରେ ପକାନ୍ତୁ । ଧନିଆରୁ ସବୁଜ ସୁନ୍ଦର ଗଛ ହେଲେ ଘରେ ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ । ଆର୍ଥିକ ସ୍ଥିତି ମଜଭୁତ ହେବା ସହ ଆୟରେ ବୃଦ୍ଧି ହୋଇଥାଏ ।
କେବେ ଦେଖିନଥିବେ ଏମିତି ପ୍ରେମ କାହାଣୀ, ଭିଡିଓରେ ଦେଖନ୍ତୁ, ଗାଡି ପଛେ ପଛେ ଦୌଡି ଦୌଡି ଗଲା ଷଣ୍ଢ, ଆଉ ତା’ପରେ..
Comments are closed.