ଭୁବନେଶ୍ବରରେ ୨୫ ସ୍ଥାନରେ ଖୋଲିବ ବାଣ ଦୋକାନ, ୩୦୦ କେ.ଜି.ରୁ ଅଧିକ ବାଣ ମନା

ଭୁବନେଶ୍ବର : ବାଣ ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେନି ଦୋକାନୀ । ରାଜଧାନୀ ଭୁବନେଶ୍ବରରେ ୨୫ଟି ସ୍ଥାନରେ ଅସ୍ଥାୟୀ ବାଣ ଦୋକାନ ଖୋଲିବ । ପ୍ରତି ଦୋକାନରେ ୩୦୦ କେଜି ଭିତରେ ହିଁ ବାଣ ରହିପାରିବ ବୋଲି ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ଅସ୍ଥାୟୀ ବାଣ ଦୋକାନ ପାଇଁ ୪୬୫ରୁ ଅଧିକ ଆବେଦନ ଆସିଛି । ସେଥିରୁ ୨୦୦ରୁ ଅଧିକ ଦୋକାନୀଙ୍କୁ ଅନୁମତି ଦିଆଯାଇଛି । ପ୍ରତି ବାଣ ଦୋକାନ ମଧ୍ୟରେ ସର୍ବନିମ୍ନ ୫୦ ଫୁଟ ଦୂରତା ରହିବ । କୌଣସି ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିବାକୁ ଅନୁମତି ଦିଆଯିବନି ବୋଲି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

Comments are closed.