www.samajalive.in
Sunday, December 14, 2025
26.1 C
Bhubaneswar

ଓଡ଼ିଶାର ଦ୍ବିତୀୟ ବିହନ ପରୀକ୍ଷାଗାର: କୋଠା ଅଛି କର୍ମଚାରୀ ନାହାନ୍ତି, ବିହନ ପରୀକ୍ଷଣ ପାଇଁ ଭୂବନେଶ୍ବର ସାହା

ଗୋପାଳପୁର: କୃଷି ଓ କୃଷକଙ୍କୁ ସଶକ୍ତିକରଣ କରିବା ପାଇଁଁ ରାଜ୍ୟରେ ୨ ଟି ବିହନ ପରୀକ୍ଷାଗାର ରହିଛି। ସେଥିମଧ୍ୟରୁ ଗୋଟିଏ କାର୍ଯ୍ୟକ୍ଷମ ରହିଥିବା ବେଳେ ଅନ୍ୟଟିରେ କର୍ମଚାରୀ ନଥିବା ଦେଖିବାକୁ ମିଳିଛି। ଓଡ଼ିଶାର ଭୂବନେଶ୍ବର ସାମନ୍ତରାପୁର ଠାରେ ରାଜ୍ୟର ପ୍ରଥମ ବିହନ ପରୀକ୍ଷାଗାର ରହିଥିବା ବେଳେ ୨୦୨୩ ରେ ଗଞ୍ଜାମ ଜିଲାର ରଙ୍ଗେଇଲୁଣ୍ଡା ଠାରେ ଦ୍ବିତୀୟ ପରୀକ୍ଷାଗାର ଆରମ୍ଭ କରାଯାଇଥିଲା।
ଗତ ୨୦୨୩ ଫେବୃଆରୀ ୨୨ ତାରିଖରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଉପସ୍ଥିତିରେ ଏହାର ଉଦଘାଟନ କରାଯାଇଥିଲା। ଏହି ପରୀକ୍ଷାଗାର ଉଦଘାଟନ ପରେ ଦକ୍ଷିଣ ଓଡ଼ିଶା ର ଚାଷୀମାନେ ବିଶେଷ ଉପକୃତ ହେବେ ବୋଲି ଆଶା କରାଯାଇଥିଲା। କିନ୍ତୁ ଦୁଃଖର କଥା ଉଦଘାଟନ ହେବାର ଦେଢବର୍ଷ ବିତିବାକୁ ଯାଉଥିବା ବେଳେ ଏଠାରେ କେବଳ ଜଣେ ପିଅନ ଓ ୨ ରାତ୍ରି ଜଗୁଆଳି, ଜଣେ ସାମ୍ପଲ ହେଣ୍ଡଲର , ଜଣେ ଇଲେକ୍ଟ୍ରିସିଆନଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ରଙ୍ଗେଇଲୁଣ୍ଡା ବ୍ଲକରେ କାର୍ଯ୍ୟରତ ଥିବା ସହକାରୀ କୃଷି ଅଧିକାରୀଙ୍କୁ ବିହନ ପରୀକ୍ଷାଗାରର ଇନଚାର୍ଜ ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି।
ଏଠାରେ ଜଣେ ସ୍ଥାୟୀ ଇନଚାର୍ଜ ସହ ପରୀକ୍ଷାଗାର ଟେକନିସିଆନ, ଲେବ୍ରୋଟୋରୀ ଏଟେଣ୍ଡଣ୍ଟ, ସେମ୍ପଲ ହେଣ୍ଡଲର ଆଦି ପଦବୀ ପୂରଣ ହେବା ପାଇଁ ସ୍ଥିର ହୋଇଥିଲେ ମଧ୍ୟ ଆଜି ଯାଏଁ ପୂରଣ ହୋଇ ପାରାନାହି କି ଏଠାରେ ବିହନ ପରୀକ୍ଷଣ ମଧ୍ୟ ଆରମ୍ଭ ହୋଇ ପାରିନଥିବା ଦେଖିବାକୁ ମିଳିଛି।ସାରା ଓଡିଶାର ବିଭିନ୍ନ ବ୍ଲକ ରୁ ଚାଷୀ ମାନେ ନିଜର ଉତ୍ପାଦିତ ବିହନ ର ମାନ ନିର୍ଦ୍ଧାରଣ କରିବା ପାଇଁଁ ଭୂବନେଶ୍ବର ବିହନ ପରୀକ୍ଷାଗାର ଉପରେ ହିଁ ନିର୍ଭର କରିବାକୁ ପଡିଥାଏ। ଯାହାଫଳରେ ଅନେକ ସମୟରେ ନିଜ ଉତ୍ପାଦିତ ବିହନ ସଠିକ ନା ନାହିଁ ଜାଣିବା ପାଇଁ ଅନେକ ଦିନ ଅପେକ୍ଷା କରିବାକୁ ପଡ଼ିଥାଏ ବୋଲି ଚାଷୀ ମତପୋଷଣ କରିଛନ୍ତି। ବର୍ତମାନ ପରିସ୍ଥିତି ରେ ଏହି ବିହନ ପରୀକ୍ଷାଗାର କୁ ବିହନ କର୍ପୋରେସନ ରୁ ଆସୁଥିବା ବିହନ ଗୁଡିକୁ ଭୂବନେଶ୍ବର ପଠାଇବା କାମ ହିଁ କରିବାକୁ ପଡ଼ିଥାଏ ବୋଲି ଜଣେ କର୍ମଚାରୀ କହିଛନ୍ତି।
ଏଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ରଙ୍ଗେଇଲୁଣ୍ଡା ଠାରେ ସ୍ଥାପନ କରାଯାଇଥିବା ବିହନ ପରୀକ୍ଷାଗାର କୁ କାର୍ଯ୍ୟକ୍ଷମ କରିବା ପାଇଁଁ ବ୍ୟବସ୍ଥା କରିବାକୁ ଚାଷୀ ମହଲରେ ଦାବି କରାଯାଇଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories