www.samajalive.in
Monday, December 15, 2025
17.1 C
Bhubaneswar

ପାଠ ଡ଼ରରୁ ଆତ୍ମହତ୍ୟା କଲା ନବମ ଶ୍ରେଣୀ ଛାତ୍ର

ପାଟଣା : ପାଠ ଡରରୁ ନବମ ଶ୍ରେଣୀର ଜଣେ ଛାତ୍ର ଆତ୍ମହତ୍ୟା କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ନିଜ ଘର ପାଖ ହୁଡ଼ିର ଏକ ବର ଗଛରେ ଫାଶୀ ଲଗାଇ ନାବାଳକ ଜଣକ ଆତ୍ମହତ୍ୟା କରିଛି। ମୃତ ଛାତ୍ର ଜଣକ ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ପିଙ୍ଗୁପାଟଣା ଗ୍ରାମର ବାସିନ୍ଦା ପିର୍ଥୀ ମୁର୍ମୁଙ୍କ ପୁଅ ଆକାଶ ମୁର୍ମୁ (୧୪)ବୋଲି ଜଣାପଡିଛି। ଆକାଶଙ୍କ ମାଆ ପୁଅକୁ ପ୍ରତିଦିନ ବିଦ୍ୟାଳୟକୁ ଯିବାକୁ ଗତକାଲି ତାଗିଦ କରିଥିଲେ। ଏହାପରେ ଆକାଶ ଗ୍ରାମରେ ଦିନ ସାଢେ ୧୨ଟା ଯାଏଁ ବୁଲାବୁଲି କରୁଥିବା ବେଳେ ଅପରାହ୍ନରେ ତାହାର ମୃତଦେହ ପାଖ ହୁଡ଼ି ବର ଗଛରେ ଝୁଲୁଥିବା ଦେଖି ପୁଲିସକୁ ଖବର ଦିଆଯାଇଥିଲା। ସାହାରପଡା ଫାଣ୍ଡି ଅଧିକାରୀ ଭବାନୀ ଶଙ୍କର ବାଦି ଘଟଣାର ତଦନ୍ତ କରିବା ସହ ଶବକୁ ଉଦ୍ଧାର କରିଥିଲେ। ଥାନାରେ ଏକ  ଅପମୃତ୍ୟୁ ମାମଲା ୭୨/୨୦୨୪ ମୂଳେ ଆଜି ମୃତକର ପାଟଣାରେ ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories