www.samajalive.in
Sunday, December 14, 2025
23.1 C
Bhubaneswar

ବାଇକ ଚୋରି ଅଭିଯୋଗରେ ୱେବ ସାମ୍ୱାଦିକ ଅଟକ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ବାଲିଯାତ୍ରାରୁ ଗତ ମଙ୍ଗଳବାର ରାତି ୧୦ଟା ସମୟରେ ଏକ ବାଇକ ଚୋରି ହୋଇଥିବା ନେଇ ବାଇକ ମାଲିକ ସାହାରପଡ଼ା ବ୍ଲକ ଅନ୍ତର୍ଗତ ମହ୍ଲାରପଦା ଗ୍ରାମର ମହେଶ ସିଂହ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ। ବାଇକ ମାଲିକ ବାଇକକୁ ଫେରି ପାଇବା ପାଇଁ ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରିବା ପରେ ଗୁରୁବାର ଶୁକୃଳି ବଜାରରୁ ଚୋରି ବାଇକ ଚଳାଉଥିବା ଉକ୍ତ ବାଇକକୁ ପାଇ ଯୁବକକୁ ରରୁଆଁ ପୁଲିସର ଜିମା ଦେଇଥିଲେ ।

ଚୋରି ମାମଲା ତୁରୁମୁଙ୍ଗା ଥାନାରେ ହୋଇଥିବା କାରଣରୁ ରରୁଆଁ ପୁଲିସ ବାଇକ ସହ ଯୁବକକୁ ତୁରୁମୁଙ୍ଗା ପୁଲିସର ଜିମା ଦେଇଛି। ତୁରୁମୁଙ୍ଗା ଥାନା ଏଏସଆଇ ଦେବେନ୍ଦ୍ର ମୁର୍ମୁ ରରୁଆଁ ଥାନାରୁ ବାଇକ ସହ ଯୁବକଙ୍କୁ ନିଜ ହେପାଜତକୁ ଆଣି ତଦନ୍ତ କରୁଥିବାବେଳେ ପ୍ରକୃତରେ ଯୁବକ ଜଣଙ୍କ ବାଇକ ଚୋର କି ନୁହଁ ତାର ତଦନ୍ତ କରି ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି । ଅଟକ ଥିବା ଯୁବକ ଜଣଙ୍କ ରରୁଆଁ ଥାନା ସୁରୁବାଲି ଗ୍ରାମର ଅମିତ କୁମାର ବେହେରା ଓ ସେ ଜଣେ ୱେବ ସାମ୍ବାଦିକ ବୋଲି ଜଣାପଡ଼ିଛି। ବାଇକ ଚୋରି ନେଇ ତୁରୁମୁଙ୍ଗାରେ ୩୧୨/୨୦୨୪ ମୂଳେ ଏକ ଚୋରି ମାମଲା ରୁଜୁ ହୋଇଛି। ତେବେ ଏନେଇ ବାଇକ ମାଲିକଙ୍କୁ ଯୋଗାଯୋଗ କରାଯିବାରେ ତାଙ୍କ ବାଇକର କିଛି ଲୋନ ନଥିବା ସୂଚନା ଦେଇଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories