www.samajalive.in
Monday, December 15, 2025
14.1 C
Bhubaneswar

ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ

ଭୁବନେଶ୍ବର : ଖୋର୍ଦ୍ଧା  ଜିଲାରେ ଆୟୋଜିତ ହେଉଥିବା ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୪ ଉଦଯାପିତ ହୋଇଛି । ଦ୍ୱିତୀୟ ଦିନରେ ଏକ ହଜାରରୁ ଅଧିକ କୃଷକ ଏଥିରେ ଅଂଶଗ୍ରହଣ କରିଥିଲେ। ମତ୍ସ୍ୟ ଚାଷ ଏବଂ ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ସଚେତନତା ବୃଦ୍ଧି କରିବା ପାଇଁ ଏହି କାର୍ଯ୍ୟକ୍ରମର ଉଦ୍ଦ୍ୟେଶ ଥିଲା। “ଗୋ ସମ୍ବର୍ଦ୍ଧନ” କାର୍ଯ୍ୟକ୍ରମ ସହିତ ଦିନଟି ଆରମ୍ଭ ହୋଇଥିଲା,  ସମ୍ମାନନୀୟ ଜିଲାପାଳ ଚଞ୍ଚଳ ରାଣାଙ୍କ କରକମଳରେ ଗୋ-ପୁଜନ  କାର୍ଯ୍ୟ  ସମ୍ପନ୍ନ କରାଯାଇଥିଲା । ପଶୁପାଳନ ଏବଂ ଏହାର ଉପଯୁକ୍ତ ପରିଚାଳନା ସମ୍ବନ୍ଧୀୟ ଲାଭ ବିଷୟରେ ସଚେତନତା ସୃଷ୍ଟି କରିବା ଉପରେ ଧ୍ୟାନ ଦିଆଯାଇଥିଲା। ଏହା ପରେ ଏକ କୃଷକ ଏବଂ ବୈଜ୍ଞାନିକ ବାର୍ତ୍ତାଳାପ ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ବିଶେଷଜ୍ଞ ଏବଂ କୃଷକମାନେ ନୂତନ ଜ୍ଞାନକୌଶଳ ଏବଂ ମତ୍ସ୍ୟ ଚାଷ ଏବଂ ପ୍ରାଣୀସମ୍ପଦ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରିଥିଲେ।

ଏହି ଉଦଯାପନୀ ଉତ୍ସବରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ ଯଥା ଜିଲା ପରିଷଦର ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ, ଜିଲା ପରିଷଦର ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଖୋର୍ଦ୍ଧା ପୌରପାଳିକାର ଅଧକ୍ଷା କନକ ଲକ୍ଷ୍ମୀ ମହାନ୍ତି, ପୂମୁଲର ସଭାପତି ଦିଲୀପ କୁମାର ଦାଶ, ଏଡିଏମ୍ ଖୋର୍ଦ୍ଧା ପ୍ରତାପ ଚନ୍ଦ୍ର ବେଉରା ଏବଂ ମାନ୍ୟବର ବେଗୁନିଆ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦାନ  ଦେଇଥିଲେ।

- Advertisement -

ଏହି ଅବସରରେ ସାହୁ ଆଲୋକପାତ କରି କହିଥିଲେ ଯେ କିପରି ଭାବେ ପ୍ରଯୁକ୍ତିବିଦ୍ୟା ରାଜ୍ୟର ମତ୍ସ୍ୟଚାଷୀ ଏବଂ ପ୍ରାଣୀପାଳକଙ୍କର ଜୀବନରେ ପରିବର୍ତ୍ତନ ଆଣିଛି ଏବଂ ମାଛ ଓ ଅଣ୍ଡା ପାଇଁ ପଡୋଶୀ ରାଜ୍ୟଗୁଡ଼ିକ ଉପରେ ନିର୍ଭରଶୀଳତାକୁ ହ୍ରାସ କରିଛି। ସେ ଯୁବକମାନଙ୍କୁ ଚାକିରି ଉପରେ ନିର୍ଭର କରିବା ପରିବର୍ତ୍ତେ ଆଧୁନିକ କୃଷି ପଦ୍ଧତି ଗ୍ରହଣ କରି ଉଦ୍ଯ଼ୋଗୀ ହେବାକୁ ଉତ୍ସାହିତ କରିଥିଲେ। ମହାରାଣା ଅଧିକରୁ ଅଧିକ ଲୋକଙ୍କୁ ଉପକୃତ କରିବା ପାଇଁ ପ୍ରାଣୀସମ୍ପଦ ବିକାଶ ଅଭିମୁଖୀ ଯୋଜନା ଗୁଡିକର ଉପଯୁକ୍ତ କାର୍ଯ୍ୟକାରିତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ନୂତନ ଜ୍ଞାନକୌଶଳ ଗ୍ରହଣ କରି କୃଷକମାନଙ୍କର ଆୟ ବୃଦ୍ଧି କରିବାରେ  ସଚେତନତା କାର୍ଯ୍ୟକ୍ରମର ପ୍ରଭାବକୁ ଗୁମାନସିଂ ବେଶ ପ୍ରଶଂସା କରିଥିଲେ।ଏଡିଏମ୍ ଗୋପାଳନ ଓ ମତ୍ସ୍ୟ ପାଳନକୁ ପ୍ରାଧାନ୍ୟ ଦେଵା ପାଇଁ ଆହ୍ୱାନ ଦେଇଥିଲେ । ସରକାରଙ୍କ କାମଧେନୁ ଯୋଜନା ମାଧ୍ୟମରେ ଦୁଗ୍ଧ ବିପ୍ଳବ  ଏକ ସବୁଜ ବିପ୍ଲବ ବୋଲି ପ୍ରଶଂସା କରିବା ସହ ଆହ୍ବାନ କରିଥିଲେ।

ମତ୍ସ୍ୟଚାଷ ଏବଂ ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚାରିଜଣ ପ୍ରଗତିଶୀଳ କୃଷକଙ୍କୁ ରାଶି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଜ଼ିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଖୋର୍ଦ୍ଧା ଡାକ୍ତର ଦେବୀଦତ୍ତ ମାଝୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ମତ୍ସ୍ୟଚାଷ ଏବଂ ପ୍ରାଣୀସମ୍ପଦ କ୍ଷେତ୍ରରେ ଚାଲିଥିବା ବିଭିନ୍ନ କାର୍ଯ୍ୟକଳାପ ପ୍ରବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଜିଲା ମତ୍ସ୍ୟ ଅଧିକାରୀ ନରସିଂହ ମୁଣ୍ଡ ପରିଶେଷରେ ଜିଲା ପ୍ରଶାସନ, ବିଭିନ୍ନ ଅଧିକାରୀ, ଗଣମାଧ୍ୟମ ଏବଂ କୃଷକମାନଙ୍କୁ ମେଳାର ଏହି  ସଫଳତାରେ ସେମାନଙ୍କର ଉଦ୍ୟମ  ପାଇଁ କୃତଜ୍ଞତା ବ୍ୟକ୍ତ  କରି  କାର୍ଯ୍ୟକ୍ରମଟିକୁ  ସମାପ୍ତ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories