www.samajalive.in
Sunday, December 14, 2025
26.1 C
Bhubaneswar

ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ନୂଆ କମଳାପୁର ଗ୍ରାମରେ ଜଣେ ବିବାହିତ ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ଇନ୍ଦିରା ମହାରଣା (୩୪)। ଝିଅକୁ ତାଙ୍କ ଜ୍ୱାଇଁ ଶରତ ମହାରଣା ନିର୍ଯାତନା ଦେବା ସହ ତାଙ୍କୁ ହତ୍ୟା କରିଥିବା ନେଇ ମୃତ ଝିଅର ବାପା ନରଶିଙ୍ଗ ମହାରଣା ଥାନା ରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର   ୩୨୨/୨୪ ରେ ଏକ ମାମଲା ରୁଜୁ କରି ମହିଳାଙ୍କ ସ୍ବାମୀକୁ ଅଟକ ରଖିଛି।
୨୦୨୦ ଡିସେମ୍ବର ୧୨ ତାରିଖରେ ଶରତ ମହାରଣା ନିମଖଣ୍ଡି ଥାନା ଅନ୍ତର୍ଗତ ଭାବିନିପୁର ଗ୍ରାମର ନରଶିଙ୍ଗ ମହାରଣାଙ୍କ ଝିଅ ଇନ୍ଦିରା ଙ୍କୁ ବିବାହ କରିଥିଲେ। ବର୍ଷକ ପରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଝିଅ ଜନ୍ମ କୁ ନେଇ ପରବର୍ତ୍ତୀ ସମୟରେ ଶରତ ତାଙ୍କ ସ୍ତ୍ରୀ’ଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ବୁଧବାର ରାତ୍ର ଶରତ ନିଶାପନ କରି ଘରକୁ ଫେରି ତାଙ୍କ ସ୍ତ୍ରୀ’ଙ୍କ ସହ ଝଗଡା କରିଥିଲେ। ପରେ ସମସ୍ତେ ଖାଇ ସାରିବା ପରେ ନିଜ ନିଜର ରୁମରେ ଶୋଇଥିଲେ। ଗୁରୁବାର ମହାଲଷ୍ମୀ ପୂଜା ଥିବାରୁ  ଭୋରରେ ସମସ୍ତେ ଉଠିଥିଲେ। ଅନ୍ୟପଟେ ଇନ୍ଦିରା ନିଜ ବେକରେ ଚୁନି ଲଗାଇ ଝୁଲୁଥିବା ଦେଖି ଶରତ ତାଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ।
ଗୁରୁବାର ଭୋର ପ୍ରାୟ ୩ଟା ସମୟରେ ଶରତ ତାଙ୍କ ଶଶୁରଙ୍କୁ ଫୋନ କରି  ଝିଅ ଗୁରୁତର ଅଛି ଏବଂ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ଜଣାଇଥିଲେ। ପୁଣି ଅଧା ଘଣ୍ଟା ପରେ ଶଶୁରକୁ ଫୋନ କରି ଝିଅର ମୃତ୍ୟୁ ହୋଇଥିବା କହିଥିଲେ।  ଝିଅର ପରିବାର ଲୋକେ ବ୍ରହ୍ମପୁର ମେଡିକାଲରେ ପହଞ୍ଚି ଦେଖିବା ବେଳକୁ ବେକରେ ରଶି ଚିହ୍ନ ରହିଥିବାରୁ ଝିଅର ମୃତ୍ୟୁକୁ ସନ୍ଦେହ କରି ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଏ ନେଇ ପୁଲିସ ବ୍ରହ୍ମପୁର ବଡ ମେଡିକାଲ ରେ ପହଞ୍ଚି ଶବକୁ ଜବତ କରିଥିଲା। ପରେ ଗୋପାଳପୁର ପୁଲିସ ଓ ସାଇଟିଫିକ ଟିମ ଗାଁ ରେ ପହଁଚି ତଦନ୍ତ କରିଥିବା ଜଣାପଡିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ମୃତ ମହିଳାଙ୍କ ଶବ ପଞ୍ଚନାମା କରିଥିଲା। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ  ମୃତକଙ୍କ ସ୍ୱାମୀ ଶରତ ମହାରଣାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ପୁଲିସ କହିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories