www.samajalive.in
Sunday, December 14, 2025
26.1 C
Bhubaneswar

ଗାଡ଼ି ଧକ୍କାରେ କନ୍‌ଷ୍ଟେବଳ ମୃତ

ଜୟପୁର: ପ୍ରାତଃଭ୍ରମଣ ସମୟରେ ଗାଡି ଧକ୍କାରେ ବୋରିଗୁମ୍ମା ଥାନାର କନ​‌େ​‌ଷ୍ଟବଳ କୋଟପାଡ଼ ବ୍ଲକ ଅନ୍ତର୍ଗତ ଗୀର୍ଲା ଗଁାର ପୀତାମ୍ବର ପୂଜାରୀ (୫୯)ଙ୍କ ଜୀବନ ଚାଲି ଯାଇଛି। ପୀତାମ୍ବର ଗୁରୁବାର ସକାଳ ସାଢ଼େ ୫ଟା ସମୟରେ ୪୮ ନମ୍ବର ରାଜ୍ୟ ରାଜପଥ ଦୁଲ୍ଲାଗୁଡ଼ା ଦେଇ ପ୍ରାତଃଭ୍ରମଣରେ ଯାଇ ଫେରିବାବେଳେ ରାଣୀଗଡ଼ରୁ ବୋରିଗୁମ୍ମା ଆସୁଥିବା ଏକ ଗାଡ଼ି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ପୀତାମ୍ବର ଗୁରୁତର ହୋଇଥିଲେ। ତାଙ୍କୁ ବୋରିଗୁମ୍ମା ଡାକ୍ତରଖାନା ନେବା ବେଳେ ବାଟରେ ତାଙ୍କ ମୃତ୍ୟୁ ଘଟିଥିଲା।

ପରିବାର ଲୋକେ ପହଞ୍ଚି ଥାନାରେ ଲିଖିତ ଜଣାଇଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ପରେ ମରଶରୀର ଥାନା ପରିସରକୁ ଅଣାଯାଇଥିଲା। ଏସ୍‌ଡିପିଓ ତପସ୍ୱିନୀ କହଁର, ଏସ୍‌ଆଇ ରଚିତା ମାଡ଼କାମୀ, ମାନସ ହେମ୍ବ୍ରମ, ମେଘରାଜ ସୋରନ, ଦ୍ରୋଣାଚାର୍ଯ୍ୟ ବାଗ, ଏଏସଆଇ ସସ୍ମିତା ନାୟକ, ଗୋପାଳ ହରିଜନ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories