www.samajalive.in
Saturday, December 6, 2025
16.1 C
Bhubaneswar

କେବେ ଦେଖିନଥିବେ ଏମିତି ପ୍ରେମ କାହାଣୀ, ଭିଡିଓରେ ଦେଖନ୍ତୁ, ଗାଡି ପଛେ ପଛେ ଦୌଡି ଦୌଡି ଗଲା ଷଣ୍ଢ, ଆଉ ତା’ପରେ..

ନୂଆଦିଲ୍ଲୀ : ପ୍ରେମ କେବଳ ମନୁଷ୍ୟଙ୍କ ମଧ୍ୟରେ ନୁହେଁ ବରଂ ଜୀବଜନ୍ତୁଙ୍କ ମଧ୍ୟରେ ମଧ୍ୟ ରହିଛି । ନିକଟରେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଥିବା ଏକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓକୁ ଦେଖି ସଭିଏଁ ଭାବବିହ୍ୱଳ ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି । ଚିନ୍ତା କରିଛନ୍ତି ମନୁଷ୍ୟ ଭଳି ଜୀବଜନ୍ତୁ ମଧ୍ୟ ଭାବବିହ୍ୱଳ ହୋଇ ଥାଆନ୍ତି । ଭିଡିଓଟି ଏକ ଷଣ୍ଢର ।
ଭିଡିଓରେ ଦେଖିପାରିବେ, ଏକ ଗାଡି ପଛେ ପଛେ ଦୌଡି ଦୌଡି ଯାଉଥିବା ଏକ ଷଣ୍ଢକୁ । ଷଣ୍ଢକୁ ଯେ କେହି ଦେଖୁଛି, ଆଶ୍ଚର୍ଯ୍ୟ ହେଉଛି । ଗାଡିଟିରେ ଏକ ଗାଈ ରହିଛି । ଏହି ଗାଈକୁ ଜଣେ ଫାର୍ମର ମାଲିକ ବିକ୍ରି କରିଦେଇଥିଲେ ।

୫୦୦ ବର୍ଷ ପରେ ଦୀପାବଳିରେ ଅଦ୍ଭୁତ ସଂଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ..

- Advertisement -


ଗାଈର ନୂଆ ମାଲିକ ଗାଈଟିକୁ ଗାଡିରେ ନେଇ ଯାଉଥିଲେ । ମାତ୍ର ଏହି ଗାଈକୁ ଗାଡିରେ ନେବା ମାତ୍ରେ ଏକ ଷଣ୍ଢ ଗାଡି ପଛେ ପଛେ ଦୌଡି ଯେପରି ଗାଡିକୁ ଅଟକାଇବାକୁ ଚାହୁଁଛି । ଗାଡି ଅଟକିବା ପରେ ଚାଳକଙ୍କ ନିକଟକୁ ଯାଇ ଷଣ୍ଢ ଶବ୍ଦ ମଧ୍ୟ କରୁଛି, ଯେପରି ଗାଈକୁ ଛାଡି ଦେବା ପାଇଁ ଅନୁରୋଧ କରୁଛି । ମାତ୍ର ମାଲିକ ଜଣକ ଗାଈ ସହ ଗାଡି ନେଇ ପଳାଉଥିବା ଦେଖାଯାଉଛି ।
ମାତ୍ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଭାବୁକ ହେବା ସହ ଗାଈକୁ ମାଲିକ ଛାଡିବା ପାଇଁ ବାଧ୍ୟ କରିଥିଲେ । ଏହାପରେ ମାଲିକ ଗାଈଟିକୁ ଛାଡି ଦେଇଥିଲେ । ଏବେ ଗାଈ ଓ ଷଣ୍ଢକୁ ଗୋଶାଳାରେ ରଖାଯାଇଛି । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories